ଆୟକର ସୀମା ଅଢେଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର , ମଧ୍ୟବିତ୍ତ ହେବେ ଖୁସି

ନୂଆଦିଲ୍ଲୀ: ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କୁ କେନ୍ଦ୍ର ସରକାର ଆୟକର ସୀମା ଦୁଇ ଗୁଣାକୁ ବୃଦ୍ଧି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବେତନଭୋଗୀ କର୍ମଚାରୀମାନଙ୍କ ପାଇଁ ଆୟକର ସୀମା ଅଢେଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ।
କେନ୍ଦ୍ର ସରକାର ଅନ୍ତରୀଣ ବଜେଟରେ ଅଧିକ ଦାବି ପୂରଣ ହୋଇନପାରେ,କିନ୍ତୁ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ଖୁସି କରିବାକୁ ଚେଷ୍ଟା କରିପାରନ୍ତି ବୋଲି କୁହାଯାଉଛି। ସରକାରୀ ସୂତ୍ରରୁ ମିଳିବା ସୂଚନା ଅନୁଯାୟୀ ଆୟକର ସ୍ଲାବ୍‌କୁ ସୁବ୍ୟବସ୍ଥିତ କରିବାର ଯୋଜନା ପ୍ରସ୍ତୁତ ହୋଇଛି। ବର୍ତ୍ତମାନ ଅଢେଇ ଲକ୍ଷ ଟଙ୍କା ଯାଏଁ ଆୟକରରେ ରିହାତି ରହିଛି। ୨.୫ ରୁ ୫ ଲକ୍ଷ ଯାଏଁ ବାର୍ଷିକ ୫ ପ୍ରତିଶତ କର ଦେବାକୁ ପଡୁଛି। ଠିକ୍‌ ସେହିପରି ୫ ରୁ ୧୦ ଲକ୍ଷ ଟଙ୍କା ଯାଏଁ ୨୦ ପ୍ରତିଶତ କର ଦେବାକୁ ପଡୁଛି। ଯଦି କେନ୍ଦ୍ର ସରକାର ୫ ଲକ୍ଷ ଟଙ୍କା ଯାଏଁ ବାର୍ଷିକ ଆୟ କରୁଥିବା ଲୋକଙ୍କୁ ଆଉ ଆୟକର ଦେବାକୁ ପଡ଼ିବ ନାହିଁ। ଯଦି ସରକାର ଏହି ବ୍ୟବସ୍ଥା ପ୍ରଚଳନ କରନ୍ତି,ତେବେ ମଧ୍ୟବିତ୍ତ ଶ୍ରେଣୀ ବିଶେଷ ଉପକୃତ ହେବେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର