ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସେକ୍ରେଟେରିଙ୍କ ଘରେ ଆୟକର ବିଭାଗ ଚଢ଼ାଉ

ନୂଆଦିଲ୍ଲୀ: ରବିବାର ସକାଳେ ଆୟକର ବିଭାଗ ଅଧିକାରୀମାନଙ୍କର ଏକ ଟିମ୍‌ ମଧ୍ୟପ୍ରଦେଶର ଇନ୍ଦୋରସ୍ଥିତ ପ୍ରବୀଣ କାକ୍କରଙ୍କ ବାସଭବନ ସମେତ ୫୦ଟି ସ୍ଥାନରେ ଚଢ଼ାଉ କରିଛନ୍ତି। କାକ୍କର ହେଉଛନ୍ତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଅଫିସର୍‌ ଅନ୍‌ ସ୍ପେସାଲ୍‌ ଡିୟୁଟି (ଓଏସ୍‌ଡି)।

ଆୟକର ବିଭାଗର ୧୫ ଜଣିଆ ଟିମ୍‌ କାକ୍କରଙ୍କ ଘରେ ରବିବାର ପ୍ରତ୍ୟୁଷରୁ ଚଢ଼ାଉ ଆରମ୍ଭ କରିଛନ୍ତି। ପୂର୍ବରୁ ସେ ମଧ୍ୟ ପ୍ରଦେଶର ଜଣେ ପୁଲିସ ଅଧିକାରୀ ଥିଲେ।

ରାତୁଲ ପୁରୀର ଅମିରା ଗ୍ରୁପ୍‌ ଏବଂ ଭୋପାଳସ୍ଥିତ ମୋଜର୍‌ ବେୟର୍‌, ଇନ୍ଦୋର୍‌, ଗୋଆ ସହ ଦିଲ୍ଲୀର ଅନ୍ୟ ୩୫ଟି ସ୍ଥାନରେ ଚଢ଼ାଉ ଚାଲିଛି। ୩୦୦ ରୁ ବେଶୀ ଆୟକର ଅଧିକାରୀ ତଲାସ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର