ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ଆୟକର ବିଭାଗ ପକ୍ଷରୁ ଆଜି ବିହାର କଂଗ୍ରେସ ମୁଖ୍ୟାଳୟରେ ଚଢ଼ଉ କରାଯାଇଛି। ପାଟନାର ସଦାକତ ଆଶ୍ରମ ବାହାରେ ଏକ କାର୍ରୁ ୫ ଲକ୍ଷ ଟଙ୍କା ଜବତ କରିବା ପରେ ଆୟକର ବିଭାଗ ପକ୍ଷରୁ କଂଗ୍ରେସ ମୁଖ୍ୟାଳୟରେ ଚଢ଼ଉ କରାଯାଇଥିଲା। ସେଠାରୁ ମୋଟ ୮ ଲକ୍ଷ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ ଆୟକର ଟିମ୍ ଆଜି ଏ ବାବଦରେ କଂଗ୍ରେସ ନେତାଙ୍କୁ ଜେରା କରିଛନ୍ତି। କଂଗ୍ରେସ ମୁଖ୍ୟାଳୟରେ ଏକ ନୋଟିସ୍ ଲାଗିଛି। କଂଗ୍ରେସ ନେତା ଶକ୍ତି ସିଂହ ଗୋହିଲ ଏବଂ ରଣଦୀପ ସିଂହ ସୁର୍ଯେୱାଲାଙ୍କୁ ଉକ୍ତ ମାମଲାରେ ଜେରା କରାଯାଇଥିବା ଜଣାପଡ଼ିଛି।
ବିହାର କଂଗ୍ରେସ ମୁଖ୍ୟାଳୟରେ ଆୟକର ଚଢ଼ଉ, ୮ ଲକ୍ଷ ଟଙ୍କା ଜବତ, ସୁର୍ଯେୱାଲାଙ୍କୁ ଜେରା
/sambad/media/post_attachments/wp-content/uploads/2020/10/congress_ptna_6476929_835x547-m.jpg)