ବେଙ୍ଗାଲୁରୁ: ଫେସବୁକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ) ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଶୋକବାର୍ତ୍ତାକୁ ଅନୁବାଦ କରିବା ସମୟରେ ମେଟାର ସ୍ୱୟଂଚାଳିତ ଅନୁବାଦ ଉପକରଣ ଭୁଲ ଭାବରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ମୃତ ଘୋଷଣା କରିଥିଲା। ପ୍ରଖ୍ୟାତ ଅଭିନେତା ବି ସରୋଜା ଦେବୀଙ୍କ ବିୟୋଗରେ ପ୍ରଥମେ କନ୍ନଡ ଭାଷାରେ ଲେଖାଯାଇଥିବା ଏହି ପୋଷ୍ଟକୁ ଇଂରାଜୀରେ ଅନୁବାଦ କରାଯାଇଥିଲା, ଯାହାକୁ ସିଦ୍ଦରମୈୟା ତୀବ୍ର ସମାଲୋଚନା କରିଥିଲେ ଏବଂ ମେଟାକୁ ଏକ ସରକାରୀ ଚିଠି ଲେଖିଥିଲେ।

Advertisment

କନ୍ନଡ ଅଟୋ-ଟ୍ରାନ୍ସଲେସନ ଫିଚରକୁ ସ୍ଥଗିତ ରଖିବାକୁ ’ମେଟା’କୁ ଅନୁରୋଧ କଲେ ସିଦ୍ଦରମୈୟା

ଏହି ପୋଷ୍ଟର ତ୍ରୁଟିପୂର୍ଣ୍ଣ ଅନୁବାଦରେ ଲେଖାଯାଇଛି, ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କର ଗତକାଲି ପରଲୋକ ଘଟିଛି, ବରିଷ୍ଠ ଅଭିନେତ୍ରୀ ବି. ସରୋଜାଦେବୀଙ୍କ ପାର୍ଥିବ ଶରୀରକୁ ଦର୍ଶନ କରି ଶେଷ ସମ୍ମାନ ଜଣାଇଛନ୍ତି। ଏହି ଭୁଲ୍ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଦାୟିତ୍ବସମ୍ପନ୍ନ ଭାବରେ କାର୍ଯ୍ୟ କରିବାକୁ କହିଛନ୍ତି ଏବଂ ମେଟାକୁ ଏହାର କନ୍ନଡ ସ୍ବୟଂଚାଳିତ ଅନୁବାଦ ଫିଚରକୁ ଠିକ୍ ନ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି। ପରେ ମେଟା ଅନୁବାଦକୁ ସଂଶୋଧନ କରିଥିବା ଜଣାପଡିଛି।