ଦିଲ୍ଲୀରେ କୋଭିଡ୍‌-୧୯ ରୋଗୀଙ୍କ ପାଇଁ ଶଯ୍ୟା ଏବଂ ଭେଣ୍ଟିଲେଟର ସଂଖ୍ୟା ବୃଦ୍ଧି କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ନୋଭେଲ କରୋନାଭାଇରସ୍‌ ବା କୋଭିଡ୍‌-୧୯ ଜନିତ ସୃଷ୍ଟ ସ୍ଥିତିକୁ ସଫଳତାର ସହ ମୁକାବିଲା କରିବାରେ ବିଫଳ ହୋଇଥିବା ଦିଲ୍ଲୀା ଆପ୍‌ ସରକାରଙ୍କ ଉପରେ ଆଜି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଉଲ୍ଲେଖଯୋଗ୍ୟ, ଏହି ସମାନ ପ୍ରସଙ୍ଗକୁ ଆଧାର କରି ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ମଧ୍ୟ ଗତକାଲି ଦିଲ୍ଲୀ ସରକାରଙ୍କ ଉପରେ ଖୁବ୍‌ ବର୍ଷିଥିଲେ।

ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଡିଏନ୍‌ ପଟେଲ ଏବଂ ଜଷ୍ଟିସ୍‌ ପ୍ରତୀକ ଜାଲାନଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କୋଭିଡ୍‌-୧୯ ଜନିତ ସୃଷ୍ଟ ସ୍ଥିତିକୁ ସଫଳତାର ସହ ମୁକାବିଲା କରିବାରେ ବିଫଳ ହୋଇଥିବା ଦିଲ୍ଲୀର ଆପ୍‌ ସରକାରଙ୍କ ଅପାରଗତାକୁ ନେଇ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିସହ ଉଭୟ ଦିଲ୍ଲୀ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇ କୋଭିଡ୍‌-୧୯ ରୋଗୀଙ୍କ ପାଇଁ ଶଯ୍ୟା ଏବଂ ଭେଣ୍ଟିଲେଟର ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

NewsNation

ଅନ୍ୟପକ୍ଷରେ ଦିଲ୍ଲୀ ସରକାର ଖଣ୍ଡପୀଠଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଜୁନ୍‌ ୯ ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀରେ କୋଭିଡ୍‌-୧୯ ରୋଗୀଙ୍କ ପାଇଁ ୯,୧୭୯ଟି ଶଯ୍ୟା ରହିଥିବା ବେଳେ ସେଥିମଧ୍ୟରୁ ୪,୯୧୪ଟି ଶଯ୍ୟା ରୋଗୀଙ୍କ ଦ୍ୱାରା ଦଖଲ କରାଯାଇଥିଲା। ସେହିପରି ମୋଟ ୫୬୯ଟି ଭେଣ୍ଟିଲେଟର ଉପଲବ୍ଧ ଥିବାବେଳେ ସେଥିମଧ୍ୟରୁ ୩୧୫ଟି ବ୍ୟବହାର କରାଯାଉଛି ଏବଂ ଅବଶିଷ୍ଟ ଉପଲବ୍ଧ ଅଛି।
ତେବେ, ଜୁନ୍‌ ୧୨ ତାରିଖ ଶୁକ୍ରବାର ସୁଦ୍ଧା, ଦିଲ୍ଲୀରେ କୋଭିଡ୍‌-୧୯ ରୋଗୀଙ୍କ ସଂଖ୍ୟା ୩୮,୮୨୪ରେ ପହଞ୍ଚିଥିଲା ଏବଂ ସେହିଦିନ ୧୨୧୪ ରୋଗୀ ନୂତନ ଭାବେ ଆକ୍ରାନ୍ତ ହୋଇଥିବା ଦର୍ଶାଇ କୋର୍ଟ ଉଭୟ ଦିଲ୍ଲୀ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇ କୋଭିଡ୍‌-୧୯ ରୋଗୀଙ୍କ ପାଇଁ ଶଯ୍ୟା ଏବଂ ଭେଣ୍ଟିଲେଟର ସଂଖ୍ୟା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବଂ କେଉଁ ହସ୍ପିଟାଲରେ କେତେ ସଂଖ୍ୟକ ଶଯ୍ୟା ରୋଗୀଙ୍କ ପାଇଁ ଉପଲବ୍ଧ ଅଛି ତାହାର ରିଅଲ ଟାଇମ୍‌ ତଥ୍ୟ ସର୍ବସାଧାରଣଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର