ଲାହୋର: ପାକିସ୍ତାନରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ଝିଅମାନଙ୍କର ବଳପୂର୍ବକ ଧର୍ମାନ୍ତରୀକରଣ ଏବଂ ବାଲ୍ୟ ବିବାହ ବ୍ୟତୀତ ଧାର୍ମିକ ସଂଖ୍ୟାଲଘୁଙ୍କ ବିରୋଧରେ ଚିନ୍ତାଜନକ ଭାବେ ହିଂସା ବୃଦ୍ଧି ପାଇଛି। ଏନେଇ ପାକିସ୍ତାନର ସର୍ବୋଚ୍ଚ ମାନବାଧିକାର ସଂସ୍ଥା ବା ଏଚ୍ଆର୍ସିପି ରିପୋର୍ଟ ପ୍ରକାଶ କରିଛି। ମାନବାଧିକାର ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଗତ ବର୍ଷ ମଧ୍ୟରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ଝିଅମାନଙ୍କର ବଳପୂର୍ବକ ଧର୍ମାନ୍ତରୀକରଣ ବହୁଳ ମାତ୍ରାରେ ହୋଇଛି।
ଦେଶର ଅହମଦୀ, ହିନ୍ଦୁ ଏବଂ ଖ୍ରୀଷ୍ଟିଆନଙ୍କର ଧାର୍ମିକ ସ୍ୱାଧୀନତା ଏବଂ ସଂଖ୍ୟାଲଘୁ ଅଧିକାର ପାଇଁ ଏକ "ଗମ୍ଭୀର ଚିନ୍ତାଜନକ ବର୍ଷ" ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଯେଉଁଥିରେ ଅହମଦୀମାନଙ୍କୁ ଟାର୍ଗେଟ କରି ହତ୍ୟା ଏବଂ ସେମାନଙ୍କର ସଂରକ୍ଷିତ ପୂଜାସ୍ଥଳ ଭାଙ୍ଗିବା ଅନ୍ତର୍ଭୁକ୍ତ ବୋଲି ରିପୋର୍ଟରେ କୁହାଯାଇଛି।
ଏଚ୍ଆର୍ସିପି କହିଛି ଯେ ପଞ୍ଜାବ ଏବଂ ସିନ୍ଧ ପ୍ରଦେଶରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ଝିଅମାନଙ୍କର ଲଗାତାର ବଳପୂର୍ବକ ଧର୍ମାନ୍ତରୀକରଣ ଏବଂ ବାଲ୍ୟ ବିବାହ ନିରୋଧ ଆଇନ ଲାଗୁ କରିବାରେ ବ୍ୟବସ୍ଥିତ ବିଫଳତାକୁ ପ୍ରକାଶ କରୁଛି।
ଏଚ୍ଆର୍ସିପି ଆହୁରି ବି କହିଛି ଯେ ଈଶ୍ୱରନିନ୍ଦା ଅଭିଯୋଗରେ ଅଭିଯୁକ୍ତ ବିଶେଷକରି ସଂଖ୍ୟାଲଘୁ ସଦସ୍ୟଙ୍କ ଉପରେ ଭିଡ଼ ହିଂସା କରିବାର ଧାରା ରହିଛି। ଏହାଛଡ଼ା ସବୁଠାରୁ ଭୟଙ୍କର ଘଟଣା ହେଉଛି ଈଶ୍ୱରନିନ୍ଦା ଅଭିଯୋଗରେ ଅଭିଯୁକ୍ତ ସଂଖ୍ୟାଲଘୁ ସଦସ୍ୟଙ୍କ ଅତିରିକ୍ତ ନ୍ୟାୟିକ ହତ୍ୟା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/21/new-project-11-1-2025-08-21-16-56-53.jpg)