ଲାଲୁଙ୍କ ଜାମିନ ମିଆଦ ବଢ଼ିଲା

ରାଞ୍ଚି : ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜେଲ୍‌ଦଣ୍ଡ ଭୋଗୁଥିବା ବିହାର ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ମିଆଦ ୬ ସପ୍ତାହ ବଢ଼ିଛି। ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନଥିବାରୁ ଝାଡ଼ଖଣ୍ଡ ହାଇକୋର୍ଟ ଆଜି ତାଙ୍କ ଜାମିନ ମିଆଦ ୬ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଉଲ୍ଲେଖଯୋଗ୍ୟ ଗତ ମେ’ ୧୧ତାରିଖରେ କୋର୍ଟ ଲାଲୁଙ୍କୁ ୬ ସପ୍ତାହର ଅନ୍ତରୀଣ ଜାମିନ ଦେଇଥିଲେ। ଏହା ଜୁନ୍‌ ୨୭ ତାରିଖରେ ସରିଥିଲା। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୦ ତାରିଖରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର