ନୂଆଦିଲ୍ଲୀ : ବିଶ୍ବରେ ଏବେ ବିଭିନ୍ନ ରାଷ୍ଟ୍ରମାନଙ୍କରେ ସଂକ୍ରମଣ ବଢ଼ୁଛି। ବ୍ରିଟେନ, ଅଷ୍ଟ୍ରେଲିଆ ଏବଂ ଆମେରିକାର କିଛି ଅଂଶରେ ରେକର୍ଡ ସଂକ୍ରମଣ ହେଉଛି। ଭାରତରେ ଦିଲ୍ଲୀ ଏବଂ ମୁମ୍ବାଇରେ ଗୁରୁବାର ଦିନ ବି ସଂକ୍ରମଣ ମାମଲା ଅଧିକ ରହିଛି। ବ୍ରିଟେନ୍ ଏବେ ଓମିକ୍ରନ୍ ପ୍ରଜାତି ସଂକ୍ରମଣର ଗ୍ଳୋବାଲ ହଟ୍ସ୍ପଟ୍ ପାଲଟିଛି ଏବଂ ୯୩ ହଜାରରୁ ଅଧିକ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି।
ନ୍ୟୁୟର୍କ (ଆମେରିକା): ଗୁରୁବାର ଦିନ ନ୍ୟୁୟର୍କରେ ୧୮,୨୭୬ ମାମଲା ଚିହ୍ନଟ ହୋଇଛି। ଗତ ଗୋଟିଏ ସପ୍ତାହ ଧରି ନ୍ୟୁୟର୍କରେ ଦୈନିକ ହାରାହାରି ସଂକ୍ରମଣ ୨,୮୯୯ ରହୁଛି। କିନ୍ତୁ ଏହା ପୂର୍ବରୁ ନ୍ୟୁୟର୍କରେ ଦୈନିକ ହାରାହାରି ସଂକ୍ରମଣ ୧୮୦୦ ରହୁଥିଲା। ଆମେରିକାର ୫୦ ପ୍ରତିଶତ ଅଂଚଳରେ ଅଚାଳକ ସଂକ୍ରମଣ ବଢ଼ିଛି।
ବ୍ରିଟେନ: ବ୍ରିଟେନରେ ୮୮,୩୭୬ ନୂଆ ମାମଲା ଚିହ୍ନଟ ହେବା ସହ ବିଶ୍ବରେ ରେକର୍ଡ ସଂକ୍ରମଣ ହୋଇଛି। ବ୍ରିଟେନ୍ରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧.୧ ନିୟୁତ । ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୧୪୬ ଜଣଙ୍କ କରୋନାରେ ମୃତ୍ୟୁ ହେବା ସହ ମୋଟ୍ ମୃତ୍ୟୁସଂଖ୍ୟା ୧୪୭,୦୦୦ ରହିଛି।
ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆରେ ବି ସଂକ୍ରମଣ ବଢ଼ୁଛି। ଅଷ୍ଟ୍ରେଲିଆରେ ଶୁକ୍ରବାର ୨,୨୧୩ ନୂଆ ମାମଲା ଚିହ୍ନଟ ହୋଇଛି। ମହାମାରୀ ପରେ ଏହା ସର୍ବାଧିକ ସଂକ୍ରମଣ। ନ୍ୟୁ ସାଉଥ୍ ୱେଲ୍ସରେ ଗୁରୁବାର ଦିନ ୧,୭୪୨ ନୂଆ ମାମଲା ଚିହ୍ନଟ ହୋଇଛି। ସେପ୍ଟେମ୍ବରର ପୂର୍ବ ରେକର୍ଡକୁ ଏହା ଭାଙ୍ଗି ଦେଇଛି। ଶୁକ୍ରବାର ଅଷ୍ଟ୍ରେଲିଆରେ ୨୧୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।
ଦକ୍ଷିଣ ଆଫ୍ରିକା: ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ପ୍ରଜାତି ଯୋଗୁଁ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୨୪ ଘଣ୍ଟାରେ ଦକ୍ଷିଣ ଆଫ୍ରିକାରେ ୨୬,୯୭୬ ନୂଆ ମାମଲା ଚିହ୍ନଟ ହୋଇଛି। ଜୁଲାଇ ଆରମ୍ଭରେ ଦକ୍ଷିଣ ଆଫ୍ରିକାରେ ସର୍ବାଧିକ ୨୬,୪୮୫ ମାମଲା ଥିଲା।
ଦକ୍ଷିଣ କୋରିଆ: ଦକ୍ଷିଣ କୋରିଆରେ ଅତି ଭୟଙ୍କର ସ୍ଥିତି ଉପୁଜିଛି। ଦକ୍ଷିଣ କୋରିଆରେ ସଂକ୍ରମଣ ବଢ଼ୁଛି ଏବଂ ଗୁରୁତର ରୋଗୀଙ୍କ ସଂଖ୍ୟା ବଢ଼ୁଛି। ଆସନ୍ତାକାଲିଠାରୁ ଦକ୍ଷିଣ କୋରିଆରେ ନୂଆ କଟକଣା ଲାଗୁ ହେବ। ଆସନ୍ତା ଜାନୁଆରି ୨ ପର୍ଯ୍ୟନ୍ତ ଏହା ଲାଗୁ ରହିବ।
ଦିଲ୍ଲୀ: ଦିଲ୍ଲୀରେ ଗୁରୁବାର ଦିନ ୮୫ ମାମଲା ଚିହ୍ନଟ ହୋଇଛି। ୪ ମାସରେ ଏହା ସର୍ବାଧିକ ସଂକ୍ରମଣ। ଦିଲ୍ଲୀରେ ପଜିଟିଭ୍ ହାର ୦.୧୫ ପ୍ରତିଶତ ରହିଛି।
ମୁମ୍ବାଇ: ମୁମ୍ବାଇରେ ଗୁରୁବାର ଦିନ ରେକର୍ଡ ୨୭୯ ନୂ୍ଆ ମାମଲା ଚିହ୍ନଟ ହୋଇଛି। ନଭେମ୍ବର ୧୧ ପରେ ଏହା ସର୍ବାଧିକ ସଂକ୍ରମଣ।