ଲକ୍ଷ୍ନୌ: ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ସରକାରୀ ବାସଭବନ ଛାଡ଼ିବା ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ରାଜନୀତିରେ ଅନେକ ହଟଚମଟ ଦେଖିବାକୁ ମିଳିଛି। ବଙ୍ଗଳା ଖାଲି କରିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ସରକାରୀ ବଙ୍ଗଳାରୁ ସମସ୍ତ ଟାଇଲ୍ ଉପାଡ଼ି ନେବା, ସୁଇଚ୍ ବୋର୍ଡ ଏବଂ ଟ୍ୟାପ୍ ସବୁ ଉଠାଇ ନେଇଥିବା ଏବଂ ଅନେକ ସରକାରୀ ସମ୍ପତ୍ତି ଭଙ୍ଗାରୁଜା କରିଥିବା ଜଣାପଡ଼ିବା ପରେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏଭଳି ଅଭିଯୋଗ ଆସିବା ପରେ ଆଜି ଅଖିଳେଶ ଯାଦବ ପାର୍ଟି ଅଫିସରେ ସାମ୍ବାଦିକ ସମ୍ମିଳନୀ କରି ଉପ ନିର୍ବାଚନରେ ପରାଜୟ ପରେ ବିଜେପି ମିଥ୍ୟା ଅଭିଯୋଗ ଆଣି ପ୍ରତିଶୋଧ ନେବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ବଙ୍ଗଳାରୁ ସେ ଯାହା ସବୁ ଜିନିଷ ଆଣିଛନ୍ତି ସେସବୁ ଜିନିଷ ସେ ନିଜେ କିଣିଛନ୍ତି ବୋଲି ମଧ୍ୟ ଅଖିଳେଶ କହିଛନ୍ତି। ଅପରପକ୍ଷେ,ୟୁପି କ୍ୟବିନେଟର ମନ୍ତ୍ରୀ ତଥା ବିଜେପି ନେତା ସିଦ୍ଧାର୍ଥ ସିଂହ ଏହି ପ୍ରସଙ୍ଗରେ ଅଖିଲେଶଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଅଖିଳେଶ ଯଦି ଏତେ ସବୁ ଜିନିଷ ତାଙ୍କ ସରକାରୀ ବାସ ଭବନରେ ଲଗାଇ ପାରିଲେ ସେ ଏତେ ଟଙ୍କା କେଉଁଠୁ ଆଣିଲେ ତାହା ମଧ୍ୟ ଆୟକର ବିଭାଗକୁ ଅବଗତ କରାନ୍ତୁ। ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଆସୁଥିବା ଭିଡିଓ ଓ ଫଟୋ ମୁତାବକ କିଛି କାନ୍ଥ ଭଙ୍ଗା ଯାଇଛି ଓ କିଛି କବାଟ ମଧ୍ୟ ତାଡ଼ି ନିଆଯାଇଛି। ତେବେ ଏହି କାନ୍ଥ ଭିତରେ ଅଖିଲେଶ କିଛି ଗୁପ୍ତ ଜିନିଷ ଲୁଚାଇ ରଖିଥିଲେ ବୋଲି ସନ୍ଦେହ ଉପୁଜୁଥିବା ସିଦ୍ଧାର୍ଥ ଅଭିଯୋଗ କରିଛନ୍ତି। ଏହି ସରକାରୀ ବଙ୍ଗଳା ୪୨ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ କରାଯାଇଥିଲା। କିନ୍ତୁ ଅଖିଲେଶ ଏହି ବଙ୍ଗଳା ଖାଲି କରିବା ପରେ ଏହାର ଅର୍ଦ୍ଧୋକାଂଶ ନଷ୍ଟ କରିଦିଆଯାଇଥିବା ବିଜେପି ଅଭିଯୋଗ କରିଛି। ଖୋଦ୍ ରାଜ୍ୟପାଳ ରାମ ନାଏକ ମଧ୍ୟ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ସମ୍ପତ୍ତି ବିଭାଗ ବିକ୍ରମାଦିତ୍ୟ ରୋଡରେ ଥିବା ଏହି ବଙ୍ଗଳାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ତେଜୁଛି ବଙ୍ଗଳା ବିବାଦ
/sambad/media/post_attachments/wp-content/uploads/2018/05/Akhilesh-yadav-620x400.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)