ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ଟିମ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫି ପାଇଁ ୫ଟି ମ୍ୟାଚର ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ମେଲବର୍ଣ୍ଣରେ ଖେଳାଯାଉଛି। ଏହି ଟେଷ୍ଟ ସିରିଜର ଏକ ସମୟରେ ଟିମ୍ ଇଣ୍ଡିଆ ପାଇଁ ସଙ୍କଟ ମୋଚକ ସାଜିଲେ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡି ।
ମେଲବର୍ଣ୍ଣରେ ଡେବ୍ୟୁ ଟେଷ୍ଟରେ ୧୭୧ ବଲରେ ନୀତିଶ ସେଞ୍ଚୁରି କରିଛନ୍ତି । ଏହା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ଟେଷ୍ଟ ଶତକ ଥିଲା । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟର ତୃତୀୟ ଦିନରେ ଟିମ୍ ଇଣ୍ଡିଆର ଜଣଙ୍କ ପରେ ଜଣେ ଆଉଟ ହେଉଥିବା ବେଳେ ଅନ୍ୟପଟେ ନୀତିଶ ବେଶ ଧୌର୍ଯ୍ୟର ସହ ବ୍ୟାଟିଂ କରି ଶତକ ହାସଲ କରିଥିଲେ।
ଅଧିକପଢ଼ନ୍ତୁ:ଷ୍ଟାଡିୟମର ଗ୍ୟାଲେରୀରୁ ଖସି ପଡି ଗୁରୁତର ଆହତ ହେଲେ କଂଗ୍ରେସ ବିଧାୟିକା
ଏହି ଶତକ ପରେ ନୀତିଶଙ୍କ ବାପାଙ୍କ ଠାରୁ ଆରମ୍ଭ କରି ପୂର୍ବତନ ଭାରତୀୟ କୋଚ ରବି ଶାସ୍ତ୍ରୀଙ୍କ ଆଖିରେ ଲୁହ ଜକେଇ ଆସିଥିଲା। ଏମିତି କି ପୁଅର ସଫଳତା ଦେଖି ନୀତିଶଙ୍କ ବାପା ସୁନୀଲ ଗାଭାସ୍କର ଓ ରବି ଶାସ୍ତ୍ରୀଙ୍କ ପାଦସ୍ପର୍ଶ କରିଥିଲେ। ଏହି ସମୟରେ ନୀତିଶଙ୍କ ବଡ଼ ଭଉଣୀ ତେଜସ୍ବୀ ରେଡ୍ଡି ବି ଭାବବିହ୍ବୋଳ ହୋଇଯାଇଥିଲେ।
ଭାଇ ନୀତିଶଙ୍କୁ ସମର୍ଥନ କରିବା ପାଇଁ ବଡ଼ ଭଉଣୀ ତେଜସ୍ବୀ ରେଡ୍ଡି ମେଲବର୍ଣ୍ଣ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ନୀତିଶଙ୍କ ଭଉଣୀ ସର୍ବଦା ଭାଇକୁ ପ୍ରେରିତ କରିଥାଆନ୍ତି ତାଙ୍କୁ ଆଜି ପର୍ଯ୍ୟନ୍ତ କେବେ ହାର ମାନିବାକୁ ଦେଇ ନାହାନ୍ତି।
ନୀତିଶଙ୍କ ଶତକ ପରେ ଭଉଣୀ ତେଜସ୍ବୀ କହିଥିଲେ, ‘ଭାଇ ଆଜି ଯେଉଁ ସ୍ଥାନରେ ପହଞ୍ଚିଛି ସେଥିପାଇଁ ଆମ ପରିବାର ଅନେକ କଷ୍ଟ ସହିଛି ସଂଘର୍ଷ କରିଛି। ଲୋକଙ୍କ ଟାହିଟାପରାର ବି ସାମ୍ନା କରିଛି। କିନ୍ତୁ ବାପାଙ୍କ ଠାରୁ ଆରମ୍ଭ କରି ଭାଇ ଉଭୟ ନିଜନିଜ ଉପରେ ଦୃଢ଼ ବିଶ୍ବାସ ରଖି ନିଜ ଲକ୍ଷ୍ୟ ପଥରେ ଆଗେଇ ଚାଲିଥିଲେ। ଯାହାର ଫଳାଫଳ ଆଜି ଆପଣଙ୍କ ସାମ୍ନାରେ। ଭାଇ ଯେତେବେଳେ ପଡ଼ିଆରେ ଖେଳୁଥିଲା ଲାଗୁଥିଲା ପୁରା ପରିବାର ଖେଳୁଛି।
ଅଧିକପଢ଼ନ୍ତୁ:ମେଲବର୍ଣ୍ଣରେ ହାରିଲା ଭାରତ, ୧୮୪ ରନରେ ଜିତିଲା କଙ୍ଗାରୁ ଦଳ
ମୋର ଆପଣମାନଙ୍କୁ ଗୋଟିଏ ଅନୁରୋଧ ମନେ ରଖିଥିବେ କହିବା ହେଉଛି ଲୋକଙ୍କ କାମ। ସେମାନେ ଅନେକ କଥା କହିବେ। ଆପଣ ସେମାନଙ୍କ କଥା ନଶୁଣି ସର୍ବଦା ନିଜ ଲକ୍ଷ୍ୟ ପଥରେ ଆଗେଇ ଚାଲିବେ। ପରିବାରଲୋକଙ୍କ ଆର୍ଶୀବାଦ ଥିଲେ କୌଣସି କ୍ଷେତ୍ରରେ ଆମେ ହାର ମାନି ନଥାଉ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/30/vOBc9nA7WJiXBietHXXZ.jpg)