ସୁରଟ୍‌ରେ ୧୧୦୦ମିଟର ଦୀର୍ଘ ତ୍ରିରଙ୍ଗା ଧରି ବାହାରିଲା ସ୍ୱାଧୀନତା ଯାତ୍ରା; ଏହି ଅଭିନବ ପ୍ରୟାସ ମନମୋହିଲା

ସୁରଟ୍‌ : ଦେଶରେ ଲୋକମାନେ ୭୨ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ସବୁ କୋଣରେ ଥିବା ସ୍କୁଲ, କଲେଜ ଏବଂ କାର୍ଯ୍ୟାଳୟମାନଙ୍କରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି । କିନ୍ତୁ ସୁରଟ୍‌ରେ ଏହି ଦିନଟିକୁ ଭିନ୍ନ ଭାବରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ଏଠାରେ ସ୍ୱାଧୀନତା ଦିବସ ଅବସରରେ କରାଯାଇଥିବା ର‍୍ୟାଲିରେ ୧୧୦୦ମିଟର ଦୀର୍ଘ ତ୍ରିରଙ୍ଗାକୁ ଧରି ର‍୍ୟାଲି କରାଯାଇଥିବା ଦେଖିବାକୁ ମିଳିଛି ।

ଏହି ର‍୍ୟାଲିରେ ହଜାର ହଜାର ଲୋକ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ତ୍ରିରଙ୍ଗା ଯାତ୍ରାରେ ଛାତ୍ର-ଛାତ୍ରୀ ଏବଂ ଅନେକ ସଂଗଠନର ଲୋକ ସମାିଲ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ଯାତ୍ରା ସକାଳ ୭ଟାରେ ଆରମ୍ଭ ହୋଇଥିବା ବେଳେ ଏହି ବିଶାଳ ଯାତ୍ରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ର‍୍ୟାଲିରେ ୩ହଜାରରୁ ଅଧିକ ଲୋକ ସାମିଲ ହୋଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର