ନୂଆଦିଲ୍ଲୀ: ଅପରେସନ ସିନ୍ଦୂରର ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ତିନି ସେନାର ଅଧିକାରୀମାନଙ୍କୁ ଚଳିତ ସ୍ୱାଧୀନତା ଦିବସରେ ସମ୍ମାନଜନକ ବୀରତା ପଦକରେ ସମ୍ମାନିତ କରାଯିବ। ଚଳିତ ବର୍ଷ ବାୟୁସେନା ଅଧିକାରୀମାନଙ୍କୁ ପ୍ରଥମ ଥର ପାଇଁ ‘ସର୍ବୋତ୍ତମ ଯୁଦ୍ଧସେବା ପଦକ’ ପ୍ରଦାନ କରାଯିବ। ଏହି ଅପରେସନ୍ର ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ଥଳସେନା, ନୌସେନା ଓ ବାୟୁସେନାର ଅଧିକାରୀମାନଙ୍କୁ ଉଚ୍ଚ ସାମରିକ ସମ୍ମାନ ପ୍ରଦାନ କରାଯିବ। ସେମାନେ ହେଲେ-
ଲେଫ୍ଟନାଣ୍ଟ ଜେନେରାଲ ପ୍ରତୀକ ଶର୍ମା, ଜିଓସି-ଇନ୍-ସି ଉତ୍ତର କମାଣ୍ଡ୍
ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ, ଡିଜିଏମ୍ଓ
ଭାଇସ୍ ଆଡମିରାଲ ସଞ୍ଜୟ ଜସଜିତ୍ ସିଂହ (ଅବସରପ୍ରାପ୍ତ) –ଏଫ୍ଓସି-ଇନ୍-ସି ପଶ୍ଚିମ ନୌସେନା କମାଣ୍ଡ୍
ଏୟାର୍ ମାର୍ଶାଲ ନର୍ମଦେଶ୍ୱର ତିୱାରୀ, ଭିସିଏଏସ୍
ଏୟାର୍ ମାର୍ଶାଲ ନାଗେଶ କପୁର - ଏଓସି-ଇନ୍-ସି ସାଉଥ୍ ଏୟାର୍ କମାଣ୍ଡ୍
ଏୟାର୍ ମାର୍ଶାଲ ଜିତେନ୍ଦ୍ର ମିଶ୍ର-ଏଓସି-ଇନ୍-ସି ୱେଷ୍ଟର୍ଣ୍ଣ ଏୟାର୍ କମାଣ୍ଡ୍
ଏୟାର୍ ମାର୍ଶାଲ ଏକେ ଭାରତୀ-ଡିଜି, ଏୟାର୍ ଅପରେସନ୍ସ
ପହଲଗାମ ଆତଙ୍କବାଦୀ ଆକ୍ରମଣରେ ହିନ୍ଦୁ ପର୍ଯ୍ୟଟକଙ୍କୁ ଟାର୍ଗେଟ୍ କରି ହତ୍ୟା କରାଯାଇଥିଲା। ଏହାର ଜବାବରେ ଭାରତ ମେ ୭ ତାରିଖରେ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା, ଏହି ସାହସିକ ଅଭିଯାନରେ ଭାରତ ପାକିସ୍ତାନ ଭିତରେ ଥିବା ୯ଟି ଆତଙ୍କୀ କେନ୍ଦ୍ରକୁ ଟାର୍ଗେଟ୍ କରି ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଥିଲା। ଏହାର ଜବାବରେ ପାକିସ୍ତାନ ଡ୍ରୋନ୍ ଆକ୍ରମଣ ଆରମ୍ଭ କରିଥିଲା, ଯାହାକୁ ଭାରତୀୟ ଏୟାର୍ ଡିଫେନ୍ସ ସିଷ୍ଟମ୍ ପ୍ରଭାବଶାଳୀ ଭାବେ ରୋକିଥିଲା। ଏହାର ଜବାବରେ ଭାରତ ମେ ୧୦ରେ ପାକିସ୍ତାନର ୧୧ଟି ପ୍ରମୁଖ ସାମରିକ ଓ ରାଡାର ସାଇଟ୍ ଉପରେ ଆକ୍ରମଣ କରିଥିଲା, ଯାହା ଶେଷରେ ଇସଲାମାବାଦକୁ ଅସ୍ତ୍ରବିରତି ଚୁକ୍ତି ପାଇଁ ନୂଆଦିଲ୍ଲୀକୁ ଡାଏଲ କରିବାକୁ ବାଧ୍ୟ କରିଥିଲା। ଗତ ସପ୍ତାହରେ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଏପି ସିଂହ ପ୍ରକାଶ କରିଥିଲେ ଯେ ମେ ୧୦ରେ ହୋଇଥିବା ଆକ୍ରମଣରେ ଭାରତ ୬ଟି ପାକିସ୍ତାନୀ ବିମାନକୁ ଖସାଇ ଦେଇଥିଲା ଏବଂ ଅନେକ ଏଫ୍-୧୬ ବିମାନକୁ ନଷ୍ଟ କରିଥିଲା। ଅପରେସନ ସିନ୍ଦୂରରେ ସମ୍ପୃକ୍ତ ମୋଟ ୩୬ ଜଣ ବାୟୁସେନା ଯୋଦ୍ଧାଙ୍କୁ ବୀରତା ସମ୍ମାନରେ ସମ୍ମାନିତ କରାଯାଉଛି। ଏହି ସମ୍ମାନ ହାଇ ରିସ୍କ ମିସନ ସମୟରେ ବାୟୁସେନା ଯବାନଙ୍କ ଅସାଧାରଣ ସାହସିକତା, ଦକ୍ଷତା ଓ ସମର୍ପଣକୁ ଦର୍ଶାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/15/medal-2025-08-15-02-59-07.jpg)