ମିଡ୍‌ଲାଣ୍ଡସ୍‌ ଓଡ଼ିଆ ସମାଜର ସ୍ବାଧୀନତା ଦିବସ

ଇଂଲଣ୍ଡ: ଇଂଲଣ୍ଡର କୋଭେଣ୍ଟ୍ରି ସହରରେ ମିଡ୍‌ଲାଣ୍ଡସ୍‌ ଓଡ଼ିଆ ସମାଜ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସକାଳୁ ଅନୁଷ୍ଠାନର ସଦସ୍ୟମାନେ ଏକତ୍ରିତ ହୋଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଜାତୀୟ ସଂଗୀତ ଗାନ କରିଥିଲେ। ଏହି ଅବସରରେ ଭାରତର ସ୍ବାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ମହାପୁରୁଷମାନଙ୍କ ସ୍ମୃତିଚାରଣ କରାଯାଇଥିଲା। ପରେ ପରେ କୁନି କୁନି ଶିଶୁମାନଙ୍କ ମଧ୍ୟରେ ବିଭିନ୍ନପ୍ରକାର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର