ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଦିଲ୍ଲୀ ପୁଲିସ କଡ଼ା ସୁରକ୍ଷା ବ୍ୟବସ୍ଥା ପାଳନ କରିବା ସହିତ ଲୋକଙ୍କ କାର୍ଯ୍ୟକଳାପ ଉପରେ ନିରନ୍ତର ନଜର ରଖିଛି। ହେଲିକପ୍ଟର ଉଡ଼ାଣରେ ଯେପରି କୌଣସି ସମସ୍ୟା ନହୁଏ ତାହା ନିଶ୍ଚିତ କରିବା ପାଇଁ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନେକ ପ୍ରକାରର ନିର୍ଦ୍ଦେଶ ଜାରି କରାଯାଇଛି।
ଉଦାହରଣ ସ୍ୱରୂପ ସ୍ୱାଧୀନତା ଦିବସ ପାଳନ ଦିନ ପକ୍ଷୀମାନେ ଯେପରି ଏକାଠି ନ ହୁଅନ୍ତି ସେଥିପାଇଁ ପୁଲିସ ନିକଟସ୍ଥ ମାଂସାହାରୀ ରେସ୍ତୋରାଁଗୁଡ଼ିକୁ ଅପଚୟ ଖାଦ୍ୟ ଓ ଅଳିଆ ନିଷ୍କାସନରେ ବିଶେଷ ଯତ୍ନ ନେବାକୁ କୁହାଯାଇଛି। ଯେପରି ଉକ୍ତ ଖାଦ୍ୟକୁ ଖାଇବା ପାଇଁ ପକ୍ଷୀମାନେ ଏକାଠି ନହୁଅନ୍ତି।
ଦିଲ୍ଲୀ ପୁଲିସ କମିଶନର ଏସବିକେ ସିଂହ ଅଧିକାରୀମାନଙ୍କୁ ସମସ୍ତ ପ୍ରସ୍ତୁତି ସମୟ ମଧ୍ୟରେ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଯାନବାହାନ ଚଳାଚଳକୁ ସୁଗମ ରଖିବା ପାଇଁ ଟ୍ରାଫିକ ପୁଲିସକୁ ସୂଚନା ଦିଆଯାଇଛି।।
୧୫ ଅଗଷ୍ଟରେ ୧୦,୦୦୦ ଦିଲ୍ଲୀ ପୁଲିସ କର୍ମଚାରୀ ଏବଂ ୩,୦୦୦ ଟ୍ରାଫିକ ପୁଲିସ ନିୟୋଜିତ ହେବେ। ଲୋକଙ୍କ ଉପରେ ନଜର ରଖିବା ପାଇଁ ମୁହଁ ଚିହ୍ନଟ ସଫ୍ଟୱେର୍, ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ କ୍ୟାମେରା ସମେତ ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/14/4396fb3d-ce53-4651-ae3c-5094b0d04d09-2025-08-14-16-41-21.jpg)