ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଆଜି କହିଛନ୍ତି, ଇଣ୍ଡି ମେଣ୍ଟର ନେତୃତ୍ବ ଏବଂ ‌ଏଜେଣ୍ଡାକୁ ନେଇ କିଛି ସ୍ପଷ୍ଟ ସୂଚନା ନାହିଁ ଏବଂ ଯଦି ଏହା କେବଳ ଗତବର୍ଷର ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥାଏ ତେବେ ଏହା ଭାଙ୍ଗିଯିବା ଉଚିତ।  ଦିଲ୍ଲୀରେ ଆପ୍‌, ବିଜେପି ଏବଂ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ଲଢ଼େଇ ହେଉଛି। କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆପ୍‌ ଏବଂ କଂଗ୍ରେସ କିଛି ମାସ ତଳେ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ମେଣ୍ଟରେ ଏକାଠି ଥିବାବେଳେ ଏବେ ଦିଲ୍ଲୀରେ ଅଲଗା ଲଢ଼ୁଛନ୍ତି। ଏନେଇ ଏକ ପ୍ରଶ୍ନର  ଉତ୍ତର ନେଇ ଏନ୍‌ସି ନତା‌ ଓମାର ଅବଦୁଲ୍ଲା  ଆଜି କହିଛନ୍ତି, ଦିଲ୍ଲୀ ନିର୍ବାଚନ ସଂକ୍ରାନ୍ତରେ ମୁଁ କିଛି କହିପାରିବିନି। ବିଜେପିକୁ କିଭଳି ମୁକା‌ବିଲା କରିବେ ସେ‌ ନିଷ୍ପତ୍ତି ଆପ୍‌, କଂଗ୍ରେସ ଏବଂ ଅନ୍ୟ ଦଳ ନେବେ।  

Advertisment

ଓମାର କହିଛନ୍ତି, ଇଣ୍ଡି ମେଣ୍ଟ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଇଣ୍ଡି ମେଣ୍ଟର କୌଣସି ବୈଠକ ହେଉନାହିଁ କି ‌ନେତୃତ୍ବ ଏବଂ ଏଜେଣ୍ଡା ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ଓମାର କହିଛନ୍ତି, ଯଦି ଏହା ବିନା ଏଜେଣ୍ଡାରେ ଚାଲିଛି, ତେବେ  ବନ୍ଦ ହୋଇଯିବା ଉଚିତ।  ଉଲ୍ଲେଖଯୋଗ୍ୟ,  ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିବା ବେଳେ ଗତ କିଛି ସପ୍ତାହ ଧରି ଆପ୍‌  ଓ  କଂଗ୍ରେସ ନେତାମାନେ ସେମାନଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ପରସ୍ପରକୁ ଟାର୍ଗେଟ୍‌ କରିଛନ୍ତି।