ଜାତିସଂଘ: ୟୁକ୍ରେନ୍‌ ଅଞ୍ଚଳରେ ରୁଷ୍‌ର ବେଆଇନ ଜନମତ ଗ୍ରହଣ ସହ ୪ଟି ପ୍ରେଦେଶକୁ ଦଖଲ କରିନେବା ପ୍ରସଙ୍ଗକୁ ନିନ୍ଦା କରିବା ପାଇଁ ଜାତିସଂଘ ନିରାପତ୍ତା ପରିଷଦ୍‌ ଶୁକ୍ରବାର ଦିନ ଆଗତ କରିଥିବା ଚିଠା ପ୍ରସ୍ତାବନାରେ ଭୋଟ୍‌ ଦେବାରୁ ଭାରତ ନିବୃତ୍ତ ରହିଛି।

Advertisment

ଏହି ଅବସରରେ ଜାତିସଂଘସ୍ଥିତ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କମ୍ବୋଜ କହିଛନ୍ତି, ୟୁକ୍ରେନ୍‌ର ସାମ୍ପ୍ରତିକ ଅବସ୍ଥା ଯୋଗୁଁ ଭାରତ ଖୁବ୍‌ ବିବ୍ରତ ହୋଇପଡ଼ିଛି। ଗୁରୁତ୍ବାରୋପ କରି ସେ କହିଲେ ଯେ, ମତଭେଦ ଓ ବିବାଦ ସମାଧାନ ନିମନ୍ତେ ଆଲୋଚନା ହିଁ ଏକମାତ୍ର ଉପାୟ। ତେଣୁ, ତୁରନ୍ତ ହିଂସା ବନ୍ଦ କରିବା ଉଚିତ।

publive-image Image Courtesy of NDTV

ସୂଚନାଯୋଗ୍ୟ, ଶୁକ୍ରବାର ଦିନ ୧୫ ରାଷ୍ଟ୍ରସଦସ୍ୟ ଥିବା ଜାତିସଂଘ ନିରାପତ୍ତା ପରିଷଦ୍‌ରେ ରୁଷ୍‌ ବିରୋଧରେ ଆମେରିକା ଓ ଆଲ୍‌ବିନା ଆଗତ ନିନ୍ଦା ପ୍ରସ୍ତାବ ଚିଠା ନିମନ୍ତେ ଭୋଟ୍‌ ଗ୍ରହଣ କରାଯାଇଥିଲା। ୧୦ଟି ଦେଶ ଏହି ନିନ୍ଦା ପ୍ରସ୍ତାବ ସପକ୍ଷରେ ଭୋଟ୍‌ ଦେଇଥିଲେ।  କିନ୍ତୁ, ଭାରତ, ଚୀନ୍, ଗାବୋନ୍ ଏବଂ ବ୍ରାଜିଲ୍ ମତଦାନରୁ ବିରତ ରହିବାରୁ ଆଗତ ଚିଠା ପ୍ରସ୍ତାବନା ଗୃହୀତ ହୋଇ ପାରିଲା ନାହିଁ।

ଭାରତ ଭୋଟ୍‌ ଦାନରୁ ବିରତ ରହିବାର କାରଣ ଦର୍ଶାଇ କମ୍ବୋଜ କହିଥିଲେ ଯେ, ତୁରନ୍ତ ହିଂସା ବିରତି ପାଇଁ ଉଦ୍ୟମ ଚାଲିଛି। ଦୁଇ ଦେଶ ମଧ୍ୟରେ ଥିବା ମତପାର୍ଥକ୍ୟ ଓ ବିବାଦ ସମାଧାନ ପାଇଁ ଆଲୋଚନା ହିଁ ଏକମାତ୍ର ପାଥେୟ। ଶାନ୍ତି ସ୍ଥାପନ ନିମନ୍ତେ କୂଟନୀତିର ସମସ୍ତ ମାର୍ଗ ଉନ୍ମୁକ୍ତ ରହିବା ଆବଶ୍ୟକ।