ଭାରତର ବାଘସଂଖ୍ୟା ୨, ୯୬୭: ପ୍ରଧାନମନ୍ତ୍ରୀ କହିଲେ, ଭାରତ ବାଘମାନଙ୍କର ନିରାପଦ ବାସସ୍ଥାନ

ନୂଆଦିଲ୍ଲୀ: ଏବେ ଭାରତରେ ୨, ୯୬୭ଟି ବାଘ ଅଛନ୍ତି, ଏବଂ ଗଣନାର ଚତୁର୍ଥ ପର୍ଯ୍ୟାୟରେ ବାଘସଂଖ୍ୟା ୩୩% ବୃଦ୍ଧି ପାଇଛି। ସୋମବାର ଦିନ ବାଘ ଆକଳନ ତଥ୍ୟ ଉନ୍ନୋଚନ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ଚତୁର୍ଥ ବର୍ଷ ଶେଷ ହେବା ପୂର୍ବରୁ ଭାରତରେ ବାଘସଂଖ୍ୟା ଦୁଇଗୁଣ ବଢ଼ିଛି।

ସର୍ବ ଭାରତୀୟ ବ୍ୟାଘ୍ର ଆକଳନ ରିପୋର୍ଟ ୨୦୧୮ ରିଲିଜ୍‌ ଅବସରରେ ପ୍ରଧାନମନ୍ତ୍ରୀ କହିଲେ, ବ୍ୟାଘ୍ର ସୁରକ୍ଷା ପାଇଁ ଆମେ ଆମର ପ୍ରତିବଦ୍ଧତା ପୁନଃପ୍ରତିପାଦିତ କରିଛୁ। ସଦ୍ୟ ଘୋଷିତ ବ୍ୟାଘ୍ରସଂଖ୍ୟା ପ୍ରତି ଭାରତୀୟଙ୍କୁ ଆନନ୍ଦିତ କରିବ। ନଅ ବର୍ଷ ତଳେ ଆମେ ସେଣ୍ଟ୍‌ ପିଟର୍ସବର୍ଗଠାରେ ୨୦୨୨ ସୁଦ୍ଧା ବ୍ୟାଘ୍ରସଂଖ୍ୟା ଦୁଇଗୁଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଆମେ ସେ ଲକ୍ଷ୍ୟ ୪ ବର୍ଷ ପୂର୍ବରୁ ପୂରଣ କଲୁ।

ଗଣନା ଅନୁସାରେ, ମଧ୍ୟପ୍ରଦେଶରେ ସବୁଠୁ ଅଧିକ ସଂଖ୍ୟକ ବାଘ ଅଛନ୍ତି। ସେଠାରେ ୫୨୬ଟି, ତା’ପଛକୁ କର୍ଣ୍ଣାଟକରେ ୫୨୪ଟି ଓ ଉତ୍ତରାଖଣ୍ଡରେ ୪୪୨ଟି ବାଘ ଅଛନ୍ତି।

ଛତିଶଗଡ଼ ଏବଂ ମିଜୋରାମରେ ବାଘସଂଖ୍ୟା ହ୍ରସ ପାଇଥିବା ବେଳେ ଓଡ଼ିଶାରେ ବାଘସଂଖ୍ୟା ସ୍ଥିର ରହିଛି। ବାକି ସମସ୍ତ ରାଜ୍ୟରେ ବାଘସଂଖ୍ୟା ବୃଦ୍ଧି ପାଉଥିବାର ସୂଚନା ମିଳିଛି।

ଗଣନା ରିପୋର୍ଟ ଉନ୍ମୋଚନ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏବେ ଭାରତ ବିଶ୍ୱର ସବୁଠୁ ନିରାପଦ ବ୍ୟାଘ୍ର ବାସଭୂଇଁମାନଙ୍କ ମଧ୍ୟରେ ଗୋଟିଏ।

ସମ୍ବନ୍ଧିତ ଖବର