ଭାରତର ଏସ-୪୦୦ କ୍ରୟ ଆମେରିକା ପାଇଁ ସମସ୍ୟା ସୃଷ୍ଟି କରିବ: ଆମେରିକୀୟ କମାଣ୍ଡର

ନୂଆଦିଲ୍ଲୀ: ଭାରତ ଋଷିଆଠାରୁ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ଖରିଦ କରିବା ଆମେରିକା ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ଆମେରିକାର ଜଣେ ବରିଷ୍ଠ ମିଲିଟାରୀ କମାଣ୍ଡର ସ୍ୱୀକାର କରିଛନ୍ତି ।

Russian Military Forum

ଆମେରିକା ନୌସେନାର ଇଣ୍ଡୋ ପାସିଫିକ କମାଣ୍ଡ୍‌ର ମୁଖ୍ୟ କମାଣ୍ଡର ଆଡମିରାଲ ଫିଲିପ ଡେଭିଡସନ କହିଛନ୍ତି ଯେ ଭାରତ ଋଷୀୟ ମିସାଇଲ ଡିଫେନ୍ସ ସିଷ୍ଟମ କିଣିବା ଆମ ପାଇଁ ଏକ ସମସ୍ୟା । କିନ୍ତୁ ଏ ପ୍ରସଙ୍ଗରେ ଆମେରିକା ଭାରତସହିତ ଆଲୋଚନା ଜାରି ରଖିବ ।

ସୂଚନାଯୋଗ୍ୟ ଯେ ଏସ-୪୦୦ ଖରିଦକୁ ନେଇ ଆମେରିକା ଅସନ୍ତୁଷ୍ଟ ଥିବା ସତ୍ତ୍ୱେ ଏହାକୁ କିଣିବାକୁ ଭାରତ ନିଷ୍ପତ୍ତି ନେଇଛି । ଋଷିଆରୁ ୫ଟି ରେଜିମେଣ୍ଟ ଏସ-୪୦୦ କିଣିବାକୁ ୨୦୧୮, ଅକ୍ଟୋବରରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତକାଳରେ ୫.୪୩ ବିଲିୟନ ଡଲାରର ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁସାରେ ପ୍ରଥମ ଅଗ୍ରୀମ କିସ୍ତି (ମୋଟ ମୂଲ୍ୟର ୧୦%) ପ୍ରଦାନ କରିବାର ୨ ବର୍ଷ ମଧ୍ୟରେ ପ୍ରଥମ ଏସ-୪୦୦ ମିଳିବ । ଏହାର ଦୁଇ ବର୍ଷ ପରେ ଅନ୍ୟ ଏସ-୪୦୦ ଗୁଡିକ ଭାରତକୁ ମିଳିବ ।

ସମ୍ବନ୍ଧିତ ଖବର