ଭାରତ ଏବେ ‘ଅଗ୍ରଣୀ ବିଶ୍ୱ ଶକ୍ତି’: ଆମେରିକା

ନୂଆଦିଲ୍ଲୀ: ଭାରତକୁ ଏକ ‘ଅଗ୍ରଣୀ ବୈଶ୍ୱିକ ଶକ୍ତି’ ଭାବେ ବର୍ଣ୍ଣନା କରିଛି ଆମେରିକା । ଏହାର ନୂଆ ଜାତୀୟ ସୁରକ୍ଷା ରଣନୀତି (ଏନଏସଏସ) ରିପୋର୍ଟରେ ଭାରତକୁ ଏକ ଅଗ୍ରଣୀ ସୁପର୍‌ ପାଓ୍ଵାର ଭାବେ ଦର୍ଶାଯାଇଛି। ଆଗାମୀ ଦିନରେ ଭାରତ ସହ ଆମେରିକାର ରଣନୀତିକ ସମ୍ପର୍କ ଅଧିକ ସୁଦୃଢ଼ ହେବ ଏବଂ ଭାରତର ମହାସାଗର ସୁରକ୍ଷା କ୍ଷେତ୍ରରେ ନେତୃତ୍ୱକୁ ଏହା ସମର୍ଥନ ଜଣାଇବ। ଓ୍ଵାନ୍‌ ବେଲ୍ଟ ଓ୍ଵାନ୍‌ ରୋଡ୍‌ (ଓବିଓଆର) ଦ୍ୱାରା ଚୀନ୍‌ର ବାଣିଜ୍ୟିକ ବିସ୍ତାରବାଦୀ ନୀତି ଏବଂ ଚୀନ୍‌-ପାକିସ୍ତାନ ଆର୍ଥିକ କରିଡର (ସିପିଇସି)କୁ ନଜରରେ ରଖି ଟ୍ରମ୍ପ୍‌ ପ୍ରଶାସନ ଦକ୍ଷିଣ ଏସିୟ ଦେଶଗୁଡ଼ିକରେ ସନ୍ତୁଳନ ବଜାୟ ରଖିବା ଉପରେ ଗୁରୁତ୍ୱାରୋ କରିଛି ।

ଅନ୍ୟପକ୍ଷରେ ଏନଏସଏସ ମଧ୍ୟ ପାକିସ୍ତାନକୁ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାପାଇଁ କହିଛି। ଟ୍ରମ୍ପ୍‌ଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଏହି ଏନଏସଏସ ରିପୋର୍ଟରେ ଭାରତକୁ ଏକ ଅଗ୍ରଣୀ ବୈଶ୍ୱିକ ଶକ୍ତି ଏବଂ ଶକ୍ତିଶାଳୀ ପ୍ରତିରକ୍ଷା ସହଯୋଗୀ ଭାବେ ଆମେରିକା ସ୍ୱାଗତ ଜଣାଇଛି। ଭାରତକୁ ଆମେରିକାର ଏକ ପ୍ରମୁଖ ପ୍ରତିରକ୍ଷା ସହଯୋଗୀ ଭାବେ ବିବେଚନା କରି ଭାରତ ସହ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ବୃଦ୍ଧି କରିବାଲାଗି ଗୁରୁତ୍ୱ ଦେଇଛି। ଭାରତ-ପ୍ରଶାନ୍ତ କ୍ଷେତ୍ରକୁ ସର୍ବାଧିକ ଗୁରୁତ୍ୱ ଦେବା ସହ ଦକ୍ଷିଣ ଏବଂ କେନ୍ଦ୍ରୀୟ ଏସିଆରେ ଏହା ଭାରତକୁ ହିଁ ସର୍ବାଧିକ ଦାୟିତ୍ୱସଂପପ୍ନ ରାଷ୍ଟ୍ର ଭାବେ ଚିତ୍ରଣ କରିଛି।

ସମ୍ବନ୍ଧିତ ଖବର