ନୂଆଦିଲ୍ଲୀ: ୧୦ ବର୍ଷରୁ ଅଧିକ ଦିନ ହେଲାଣି କ୍ଷମତାରୁ ଦୂରେଇ ରହିଛି କଂଗ୍ରେସ । ୧୪ ଓ ୧୯ରେ ଦଳର ବିପର୍ଯ୍ୟୟ ହେବା ପରେ ୨୪ରେ ସ୍ଥିତି ଟିକିଏ ପରିବର୍ତ୍ତନ ହୋଇଥିଲା । ହେଲେ ରାହୁଲ ଦେଖିଥିବା ସ୍ବପ୍ନ କିନ୍ତୁ ପୂରଣ ହେଲା ନାହିଁ । ବାରମ୍ୱାର ଅପରିପକ୍ବ ରାଜନୈତିକ ଭାଷଣକୁ ଦଳର ନେତାମାନେ ଦାୟୀ କରିଥିବା ବେଳେ ଇଣ୍ଡି ମେଣ୍ଟର ଅନେକ ନେତା ବି ରାହୁଲଙ୍କୁ ଘେରିଲେଣି । କୁହାଯାଉଛି କି, ରାହୁଲଙ୍କ ଏମିତି ସ୍ଥିତି ପାଇଁ ସେ ରାଜି ।
ପ୍ରଥମତଃ ଟିଏମସିର ସଭାପତି ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାହୁଲଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ । ପରେ ପରେ ଇଣ୍ଡି ମେଣ୍ଟର ଅନେକ ନେତା ବି ପ୍ରଶ୍ନ କରିବାକୁ ଲାଗିଲେ । ଆରଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବ, ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ, ଏନସିପି ନେତା ଶରଦ ପାୱାର ଓ ଉଦ୍ଧବ ଠାକରେ ବି ରାହୁଲ ଗାନ୍ଧିଙ୍କ ନେତୃତ୍ବକୁ ନେଇ ଉଠାଇଲେଣି ପ୍ରଶ୍ନ । ମେଣ୍ଟର ଅନେକ ନେତା ମମତାଙ୍କ ନେତୃତ୍ବକୁ ପ୍ରଶଂସା ବି କରିଛନ୍ତି ।
ଆଉ ଆପ୍ର ସଭାପତି କେଜ୍ରିୱାଲ ଯେଉଁପରି ଢଙ୍ଗରେ କଂଗ୍ରେସ ଉପରେ ବର୍ଷିଛନ୍ତି ତାହା ଦେଖିଲେ ଗୋଟିଏ କଥା ସ୍ପଷ୍ଟ କି, ରାହୁଲଙ୍କ ସ୍ବପ୍ନ ପୂରଣ କରିବାରେ ଏମାନେ ବାଧା ଦେଉଛନ୍ତି । ସେପଟେ ଆରଜେଡିର ନେତା ତେଜସ୍ବୀ ଯାଦବ କହିଛନ୍ତି କେବଳ ଲୋକସଭା ପର୍ଯ୍ୟନ୍ତ ଇଣ୍ଡି ମେଣ୍ଟର ବୋଧହୁଏ ବ୍ୟବସ୍ଥା ଥିଲା । କିନ୍ତୁ ଅଖିଳେଶ କାହିଁକି ଏମିତି କହିଲେ ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/Xfv4idz1sSWxO70Rjosw.jpg)