ନୂଆଦିଲ୍ଲୀ:ଆମେରିକା ସହିତ ବାଣିଜ୍ୟ ଚୁକ୍ତି ପରେ, ଦୁଇ ଦେଶ ମଧ୍ୟରେ ଆଉ ଏକ ଚୁକ୍ତି ପାଇଁ ପ୍ରସ୍ତୁତି ଚାଲିଛି। ଏହି ଚୁକ୍ତି ପ୍ରତିରକ୍ଷା କ୍ଷେତ୍ର ସହିତ ଜଡିତ। ଭାରତ ଏଥିରେ ପ୍ରାୟ ୩୬ହଜାର କୋଟି ଖର୍ଚ୍ଚ କରିପାରେ। ଯଦି ଏହି ଚୁକ୍ତି ଚୂଡ଼ାନ୍ତ ହୁଏ, ତେବେ ଭାରତର ନୌସେନା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଯଥେଷ୍ଟ ଅଧିକ ଶକ୍ତିଶାଳୀ ହୋଇଯିବ। ଏହା ଚୀନ୍ ଓ ପାକିସ୍ତାନୀ ନୌସେନା ଉପରେ କଡ଼ା ନଜର ରଖିବ।ଭାରତ ତାର ନୌସେନାକୁ ଆହୁରି ମଜବୁତ କରିବା ପାଇଁ ଆମେରିକାଠାରୁ ଅତିରିକ୍ତ ଛଅଟି ବୋଇଂ ପି-୮ଆଇ(P-8I) ବିମାନ କ୍ରୟ କରିବାକୁ ପ୍ରସ୍ତୁତ ହେଉଛି। ରିପୋର୍ଟ ଅନୁଯାୟୀ, ପ୍ରତିରକ୍ଷା ଅଧିଗ୍ରହଣ ବୋର୍ଡ ଜାନୁଆରୀ ୧୬ ତାରିଖରେ ଏହି ବିମାନ କ୍ରୟ ଉପରେ ମୋହର ମାରିଛି। ଏହି ଚୁକ୍ତି ଉପରେ ଫେବୃଆରୀ ୧୨ ତାରିଖରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ବୈଠକରେ ଆଲୋଚନା କରାଯିବ। ଡିଏସିର ଅନୁମୋଦନ ପରେ, ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ଚୁକ୍ତିକୁ ଚୂଡ଼ାନ୍ତ କରିବ।
ଚୀନ୍ ପାଖରେ ବି ନାହିଁ ଏପରି ବିମାନ
‘ପି-୮ଆଇ’ ହେଉଛି ଏକ ମଲ୍ଟି ରୋଲ୍ ଲଙ୍ଗ୍ ରେଞ୍ଜ ଆଣ୍ଟି ସବମରିନ୍ ଗୁଇନ୍ଦା ବିମାନ। ଏହା ବର୍ତ୍ତମାନ ବିଶ୍ୱର ସବୁଠାରୁ ଉନ୍ନତ ନୌସେନା ଗୁଇନ୍ଦା ବିମାନ। ଏପରି ବିମାନ ଚୀନ୍ ପାଖରେ ବି ନାହିଁ। ଭାରତୀୟ ନୌସେନା ପାଖରେ ପୂର୍ବରୁ ଏପରି ୧୨ ଟି ବିମାନ ଅଛି। ଆଉ ଛଅଟି କିଣିବା ପରେ ଏହାର ସଂଖ୍ୟା ୧୮ କୁ ବୃଦ୍ଧି ପାଇବ, ଯାହା ଭାରତର ବିଶାଳ ସାମୁଦ୍ରିକ ସୀମାକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ। ଚୀନ୍ ନିରନ୍ତର ଭାରତ ମହାସାଗରରେ ନିଜର ଶକ୍ତି ବୃଦ୍ଧି କରୁଛି। ତେଣୁ, ଭାରତକୁ ଏପରି ଗୁଇନ୍ଦା ବିମାନର ଅତ୍ୟନ୍ତ ଆବଶ୍ୟକତା ଅଛି।
ଆହୁରି ପଢନ୍ତୁ - Blind Woman Judge India: ଥାନ୍ୟା ନାଥନ ସି ଭାରତର ପ୍ରଥମ ୧୦୦% ଦୃଷ୍ଟିହୀନ ମହିଳା ବିଚାରପତି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/11/india-america-defense-deal-2026-02-11-16-26-01.jpg)