ଇରାନ-ଆମେରିକା ମୁହାଁମୁହିଁ

ଓ୍ଵାସିଂଟନ,: ପରମାଣୁ ଅସ୍ତ୍ର ପ୍ରସଙ୍ଗ ନେଇ ଉତ୍ତରକୋରିଆ ଓ ଆମେରିକା ମଧ୍ୟରେ ଲାଗି ରହିଥିବା ବିବାଦ ନଥମୁଣୁ ଏବେ ପୁଣି ଇରାନ ଏହି ବିବାଦ ମଧ୍ୟକୁ ଆସିଯାଇଛି। ଇରାନ ପରମାଣୁ ଅସ୍ତ୍ର ତିଆରି ପ୍ରକ୍ରିୟା ଜାରି ରଖିଲେ ପରିସ୍ଥିତି ଭୟଙ୍କର ହେବ ଓ ସାରା ବିଶ୍ୱର କ୍ରୋଧର ସାମ୍ନା କରିବାକୁ ପଡ଼ିବ ବୋଲି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ କହିଛନ୍ତି। ଏହାର ଜବାବରେ ଇରାନ୍‌୍‌ କହିଛି ଯେ ଆମେରିକାକୁ ଶିକ୍ଷା ଦେବା ପାଇଁ ଇରାନ୍‌ ଆଦୌ ପଛଘୁଞ୍ଚା ଦେବନାହିଁ। ଆମେରିକା କହିଛି ଯେ ଇରାନ ପରମାଣୁ ଅସ୍ତ୍ର ତିଆରି ପ୍ରକ୍ରିୟା ଜାରି ରଖିଲେ ଅତି କଠୋର ଆର୍ଥିକ କଟକଣା ଲାଗୁ ହେବ। ଆବଶ୍ୟକ ସ୍ଥଳେ ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ଭାବନାକୁ ମଧ୍ୟ ଏଡ଼ାଇ ହେବନାହିଁ ବୋଲି ଆମେରିକା ବୈଦେଶିକ ମନ୍ତ୍ରୀ ଧମକାଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ମଧ୍ୟ ପୂର୍ବରୁ କହିଥିଲେ ଯେ, ଇରାନ କେବେ ବି ପରମାଣୁ ଅସ୍ତ୍ର ହାସଲ କରିପାରିବ ନାହିଁ।

ସମ୍ବନ୍ଧିତ ଖବର