ନୂଆଦିଲ୍ଲୀ: ଭାରତ ପାଇଁ ମନୋନୀତ ଆମେରିକାର ରାଷ୍ଟ୍ରଦୂତ ସେର୍ଗିଓ ଗୋର୍ ଶନିବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ତାଙ୍କର "ଫଳପ୍ରଦ ବୈଠକ" ହୋଇଛି ଏବଂ ସେ ଦ୍ବିପାକ୍ଷିକ ସଂପର୍କର ଭବିଷ୍ୟତକୁ ନେଇ ଆଶାବାଦୀ। ଆମେରିକା ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ବୋଲି ବିବେଚନା କରେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋଦୀଙ୍କୁ ଟ୍ରମ୍ପ ନିଜର ଭଲ ବନ୍ଧୁ ବୋଲି ଭାବନ୍ତି ।
ତାଙ୍କର ଏହି ବକ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତୀୟ ରପ୍ତାନି ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ ଯୋଗୁଁ ଭାରତ-ଆମେରିକା ସମ୍ପର୍କରେ ଉତ୍ତେଜନା ଜାରି ରହିଛି।
ନିଜର ପ୍ରଥମ ବୟାନରେ ଆମେରିକୀୟ ରାଷ୍ଟ୍ରଦୂତ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ମୋର ଏକ ଭଲ ବୈଠକ ହୋଇଥିଲା। ଆମେ ବାଣିଜ୍ୟ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ପ୍ରତିରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲୁ।" ଆମେରିକାର ସେନେଟ୍ ତାଙ୍କୁ ଭାରତରେ ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ନିଶ୍ଚିତ କରିବା ପରେ ପ୍ରଥମ ଥର ପାଇଁ ସେ ଏହି ମନ୍ତବ୍ୟ ଦେଇଛନ୍ତି।
ନିଜର ପ୍ରଥମ ବୟାନରେ ଆମେରିକୀୟ ରାଷ୍ଟ୍ରଦୂତ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ମୋର ଏକ ଭଲ ବୈଠକ ହୋଇଥିଲା। ଆମେ ବାଣିଜ୍ୟ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ପ୍ରତିରକ୍ଷା ପ୍ରସଙ୍ଗରେ ଆଲୋଚନା କରିଥିଲୁ।" ଆମେରିକାର ସେନେଟ୍ ତାଙ୍କୁ ଭାରତରେ ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ନିଶ୍ଚିତ କରିବା ପରେ ପ୍ରଥମ ଥର ପାଇଁ ସେ ଏହି ମନ୍ତବ୍ୟ ଦେଇଛନ୍ତି। ସେର୍ଗିଓ ଗର୍ ଆମେରିକାର ପରିଚାଳନା ଏବଂ ସମ୍ବଳ ସଚିବ ମାଇକେଲ ଜେ. ରିଗାସଙ୍କ ସହିତ ଛଅ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି।
ସେପଟେ ପ୍ରଧାନମନ୍ତ୍ରୀ ମୋଦୀ ଭାରତରେ ନୂତନ ଆମେରିକୀୟ ରାଷ୍ଟ୍ରଦୂତଙ୍କୁ ସ୍ୱାଗତ କରିଛନ୍ତି। ସେ ‘ଏକ୍ସ’ରେ ଲେଖିଛନ୍ତି, "ମୁଁ ଭାରତରେ ମନୋନୀତ ଆମେରିକାର ରାଷ୍ଟ୍ରଦୂତ ସେର୍ଗିଓ ଗର୍ଙ୍କୁ ସ୍ୱାଗତ କରି ଖୁସି। ମୁଁ ନିଶ୍ଚିତ ଯେ ତାଙ୍କ କାର୍ଯ୍ୟକାଳ ଭାରତ-ଆମେରିକା ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବ।"