ନୂଆଦିଲ୍ଲୀ: କୋଭିଡ୍ ୧୯- ଥେରାପି ଏବଂ ଟିକା ପାଇଁ ଉଭୟ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ମିଳିତ ଭାବେ କାମ କରୁଛନ୍ତି। ଏନେଇ ଦୁଇ ରାଷ୍ଟ୍ର ବେଶ୍ ଆଶାବାଦୀ ଅଛନ୍ତି। ଉଭୟ ରାଷ୍ଟ୍ରରେ କରୋନା ଚିକିତ୍ସା ପାଇଁ ଆବଶ୍ୟକ ପିପିଇ ଏବଂ ହାଇଡ୍ରୋକ୍ସିକ୍ଲୋରକ୍ବିନ୍ ଅଛି ବୋଲି ଆମେରିକା ବିଦେଶ ସଚିବ ମାଇକ୍ ପମ୍ପିଓ ଆଜି ଏକ ଟେଲି କନଫରେନ୍ସ ମାଧ୍ୟମରେ ସାମ୍ବାଦିକମାନଙ୍କୁ କହିଛନ୍ତି। ଭାରତ ଏବଂ ଆମେରିକା କେବଳ କୋଭିଡ୍ ମୁକାବିଲା ଦିଗରେ ନୁହେଁ ବରଂ ଯୋଗାଣ ଶୃଙ୍ଖଳା ଉପରେ ବି ଏହି ଦୁଇଟି ରାଷ୍ଟ୍ର ଗୁରୁତ୍ବ ଦେଇଛନ୍ତି ବୋଲି ପମ୍ପିଓ କହିଛନ୍ତି। ଅନ୍ୟପକ୍ଷେ ଟ୍ରମ୍ପ୍ ଡବ୍ଲ୍ୟୁଏଚ୍ଓକୁ ପାଣ୍ଠି ବନ୍ଦ କରିବା ନିଷ୍ପତ୍ତିକୁ ସେ ସମର୍ଥନ କରିଛନ୍ତି। ପମ୍ପିଓ ମଧ୍ୟ ଡବ୍ଲ୍ୟୁଏଚ୍ଓକୁ ଦାୟୀ କରିଛନ୍ତି। କରୋନା ସଂକ୍ରାନ୍ତରେ ଚୀନ୍ ସଠିକ୍ ତଥ୍ୟ ଲୁଚାଉଥିବା ପମ୍ପିଓ କହିଛନ୍ତି। ଏନେଇ ସେ ଅଧିକ ତଥ୍ୟ ଦାବି କରିଛନ୍ତି। ଚୀନ୍ର ଭୁଲ୍ ପାଇଁ ସାରା ବିଶ୍ବ ପରିଣାମ ଭୋଗୁଛି ବୋଲି ପମ୍ପିଓ କହିଛନ୍ତି। ଉଲ୍ଲେଖଯୋଗ୍ୟ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଫୋନ୍ ଯୋଗେ କଥା ହୋଇଥିଲେ। ଉଭୟ ରାଷ୍ଟ୍ର କରୋନା ମୁକାବିଲା ଦିଗରେ ଏକାଠି କାମ କରିବେ ବୋଲି ଏହି ଉଭୟ ନେତା ସ୍ବୀକାର କରିଥିଲେ।
କୋଭିଡ୍ ଟିକା ପାଇଁ ଭାରତ-ଆମେରିକା ମିଳିତ ଭାବେ କାମ କରୁଛନ୍ତି: ପମ୍ପିଓ
/sambad/media/post_attachments/wp-content/uploads/2020/04/56716995-india-flag-combined-with-american-flag.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)