ନୂଆଦିଲ୍ଲୀ: ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଜେମ୍ସ ମାଟିସ୍ ସୋମବାର ଭାରତ ଗସ୍ତରେ ଆସିବେ। ଜେମ୍ସ ମାଟିସ୍ ତାଙ୍କ ଭାରତ ଗସ୍ତ କାଳରେ ଭାରତ ଓ ଆମେରିକାର ଦୁଇପାକ୍ଷିକ ପ୍ରତିରକ୍ଷା ସମ୍ପର୍କକୁ ଆଉ ଗୋଟିଏ ପାଦ ଆଗେଇ ନେବାକୁ ଯୋଜନା ରଖିଛନ୍ତି। ଏତଦ୍ ବ୍ୟତୀତ ମାଟିସ୍ ଫାଇଟର ଜେଟ ଏଫ ୧୬, ଡ୍ରୋନ୍ ଡିଲ ବ୍ୟତୀତ ଅଫଗାନିସ୍ଥାନର ସୁରକ୍ଷା ସମ୍ପର୍କରେ ମଧ୍ୟ ଆଲୋଚନା କରିବେ ବୋଲି ସୂଚନା ମିଳିଛି।
ଜେମ୍ସ ମାଟିସ୍ ତାଙ୍କର ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ସହିତ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ବି ରହିଛି। ଡେନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ଏହା କ୍ୟାବିନେଟ ସ୍ତରର ପ୍ରଥମ ଭାରତ ଯାତ୍ର ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/NBT-image-2.jpg)