ଚେନ୍ନାଇ: ଚେନ୍ନାଇରେ ଗୁରୁବାର ଗୁରୁତ୍ବପୂର୍ଣ୍ଣ ଭାରତ-ଜିମ୍ବାଓ୍ବେ ସୁପର-୮ ମ୍ୟାଚ୍ ଚିପକ୍ ଷ୍ଟାଡିୟମ୍ରେ ଖେଳାଯାଉଥିବାବେଳେ କାକର ସମସ୍ୟା ମ୍ୟାଚ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଏହି ଆଶଙ୍କାକୁ ଦୂର କରିବାକୁ ତାମିନନାଡୁ କ୍ରିକେଟ୍ ସଂଘ ପକ୍ଷରୁ ଏକ ଉପାୟ ଅବଲମ୍ବନ କରାଯାଇଛି। ଏହି ପଡ଼ିଆର ଆଉଟ୍ଫିଲଡ୍ଡରେ ଆମେରିକାରୁ ଆମଦାନୀ ହୋଇଥିବା ଏକ ସ୍ବତନ୍ତ୍ର ପ୍ରକାରର ରାସାୟନିକ ଦ୍ରବଣ ସିଞ୍ଚନ କରାଯାଇଛି।
ଅଧିକପଢ଼ନ୍ତୁ:ଘୋଡ଼ାନାଚ କଳାକାର ପଦ୍ମଶ୍ରୀ ଉଚ୍ଛବ ଚରଣ ଦାସଙ୍କ ପରଲୋକ
ପଡ଼ିଆକୁ ପ୍ରସ୍ତୁତ କରିବାକୁ ‘ଡିଉ କ୍ୟୋର୍’ ରାସାୟନିକ ପଦାର୍ଥ ଛିଞ୍ଚନ
‘ଡିଉ କ୍ୟୋର୍’ ନାମକ ଏହି ରାସାୟନିକ ପଦାର୍ଥକୁ ଆମେରିକାରେ ପ୍ରମୁଖ ବାସକେଟ୍ ବଲ୍ ଲିଗ୍ ପଡ଼ିଆଗୁଡ଼ିକରେ ବ୍ୟବହାର କରାଯାଇଥାଏ। ଟ୍ବେଣ୍ଟି-୨୦ ବିଶ୍ବକପ୍ ପାଇଁ ଚିପକ୍ ପଡ଼ିଆକୁ ପ୍ରସ୍ତୁତ କରିବା ସମୟରେ ଏହି ରାସାୟନିକ ପଦାର୍ଥର ବ୍ୟବହାର ଆରମ୍ଭ ହୋଇଥିଲା। ଏହାକୁ ଜଳରେ ମିଶ୍ରଣ କରି ପଡ଼ିଆରେ ନିୟମିତଭାବେ ସିଞ୍ଚନ କରାଯାଉଛି। ଭାରତ-ଜିମ୍ବାଓ୍ବେ ମ୍ୟାଚ୍ ପୂର୍ବରୁ ବି ଏହାକୁ ସିଞ୍ଚନ କରାଯାଇଛି। ଏହିକୁ ସିଞ୍ଚନ କରାଗଲେ ଏହା ଘାସରେ ଲାଗିଥିବା ଜଳୀୟ କାକରକୁ ଶୋଷି ନିଏ ଓ ଘାସକୁ ଶୁଷ୍କ କରିଦିଏ। ଏହା ଫଳରେ ମ୍ୟାଚ୍ରେ କାକର ସମସ୍ୟା ବିଶେଷ ରହେ ନାହିଁ।
ଅଧିକପଢ଼ନ୍ତୁ:ଅସହ୍ୟ ହେଲା ମଣ୍ଡି ନିର୍ଯାତନା, ଆଖି ବୁଜିଲେ ଚାଷୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/26/6b430d45-cd4d-49b5-b74a-2100f2438e21-2026-02-26-12-06-06.jpg)