ଜମ୍ମୁ-କଶ୍ମୀରର ନେଇ ଚୀନର ବିବୃତି ପରେ ଭାରତର କଡ଼ା ଜବାବ: ଆମ କଥାରେ ମୁଣ୍ଡ ପୂରାଅ ନାହିଁ

ମାନସରୋବର ଯାତ୍ରା ପାଇଁ ଭାରତୀୟଙ୍କୁ ଭିସା ମିଳିବନି: ଚୀନ୍‌

ନୂଆଦିଲ୍ଲୀ/ବେଜିଂ: ଧାରା ୩୭୦ ଉଚ୍ଛେଦ ଏବଂ ଜମ୍ମୁ-କଶ୍ମୀରର ପୁନର୍ଗଠନ ନେଇ ଚୀନର ବିବୃତି ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତର ବୈଦେଶିକ ବିଭାଗ ମୁଖପାତ୍ର କହିଛନ୍ତି ଯେ ଏହା ହେଉଛି ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଚୀନ ଏଥିରେ ମୁଣ୍ଡ ଖେଳାଇବା ଉଚିତ ନୁହେଁ। ଦୁଇ ଦେଶ ମଧ୍ୟ‌େ‌ର ସ୍ବାକ୍ଷରିତ ଚୁକ୍ତି ଅନୁଯ‌ାୟୀ ଉଭୟ ଦେଶ ପ୍ରକୃତ ନିୟନ୍ତ୍ରଣ ରେଖାକୁ ସମ୍ମାନ ଜଣାଇବେ।

ସୂଚନାଯୋଗ୍ୟ ଯେ ଜମ୍ମୁ କଶ୍ମୀର ରାଜ୍ୟ ଭାଙ୍ଗି ଳଦାଖ୍‌ର ପୁନର୍ଗଠନକୁ ଚୀନ୍‌ ଗ୍ରହଣ କରିବ ନାହିଁ ବୋଲି କହିଛି। ଚୀନ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ହୁଆ ଚୁନିଙ୍ଗ୍‌ ଆଜି ଗଣମାଧ୍ୟମ ପ୍ରଶ୍ନର ଏକ ଲିଖିତ ବିବୃତି ଜାରି କରି କହିଛନ୍ତି, କଶ୍ମୀରକୁ ନେଇ ଭାରତ ଏକତରଫା ଭାବେ କୌଣସି ନିଷ୍ପତ୍ତି ନେବା ଠିକ୍ ନୁହେଁ। କଶ୍ମୀରରେ ଏବେ ଯେଉଁ ସ୍ଥିତି ଲାଗି ରହିଛି ସେଥିନେଇ ଚୀନ୍‌ ଖୁବ୍‌ ଚିନ୍ତିତ। ଧାରା ୩୭୦ ଉଚ୍ଛେଦସଂକ୍ରାନ୍ତ ଭାରତ ସରକାରଙ୍କ ନିଷ୍ପତ୍ତି ପରେ କଶ୍ମୀରରେ ଏବେ ଏଲ୍‌ଓସି ଅଶାନ୍ତ ହୋଇପଡ଼ିଛି ଏବଂ ଉଭୟ ଭାରତ ଏବଂ ପାକିସ୍ତାନ ପଟୁ ଗୁଳିଗୋଳା ବର୍ଷା ହେଉଛି ବୋଲି ଚୀନ୍‌ ପକ୍ଷରୁ କୁହାଯାଇଛି। କଶ୍ମୀରରେ ଏବେ ସ୍ଥିତି ଅଶାନ୍ତ ହୋଇପଡ଼ିଥିବାରୁ ଭାରତ ଏ ଦିଗରେ ଯଥେଷ୍ଟ ସଚେତନ ରହି କାର୍ଯ୍ୟ କରିବା ଉଚିତ୍‌।

କେବଳ ସେତିକି ନୁହେଁ, ଭାରତର କଶ୍ମୀର ଆଭିମୁଖ୍ୟ ବିରୋଧରେ ଚୀନ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛି। ଚୀନ କବ୍‌ଜାରେ ଥିବା ହିନ୍ଦୁମାନଙ୍କର ପ୍ରସିଦ୍ଧ ତୀର୍ଥ ସ୍ଥାନ ତଥା ପର୍ଯ୍ୟଟନ କେନ୍ଦ୍ର ମାନସରୋବରକୁ ଯାତ୍ରା ପାଇଁ ଭାରତୀୟଙ୍କୁ ଆଉ ଭିସା ମିଳିବ ନାହିଁ ବୋଲି ଚୀନ ସୂଚନା ଦେଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ଜୁଲାଇ ୨୬ ତାରିଖରେ ଚୀନ୍‌ କହିଥିଲା, ଉଭୟ ଭାରତ ଏବଂ ପାକିସ୍ତାନ କଥାବାର୍ତ୍ତା ମାଧ୍ୟମରେ କଶ୍ମୀର ପ୍ରସଙ୍ଗରେ ଶାନ୍ତିପୂର୍ଣ୍ଣ ସମାଧାନ କରିବା ଉଚିତ୍‌।

ସମ୍ବନ୍ଧିତ ଖବର