ଭାରତକୁ ସହାୟତା ପାଇଁ ଇମ୍ରାନ୍‌ଙ୍କ ହାସ୍ୟାସ୍ପଦ ପ୍ରସ୍ତାବ, କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ଭାରତରେ ଲକ୍‌ଡାଉନ୍‌ ଯୋଗୁଁ ଦାରିଦ୍ରୢ ବଢ଼ିଯାଇଛି ବୋଲି ଦାବି କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏକ ହାସ୍ୟାସ୍ପଦ ପ୍ରସ୍ତାବ ଦେଇଛନ୍ତି। ଇମ୍ରାନଙ୍କ କହିବାନୁଯାୟୀ ଅନୁଯାୟୀ ଭାରତରେ ପ୍ରାୟ ୩୪ ପ୍ରତିଶତ ଗରିବ ପରିବାର ସପ୍ତାହକ ପରେ ବିନା ସହଯୋଗରେ ତିଷ୍ଠି ପାରିବେ ନାହିଁ। ସେଥିପାଇଁ ପାକିସ୍ତାନ ଏହାର କ୍ୟାସ୍‌ ଟ୍ରାନ୍ସଫର୍‌ କାର୍ଯ୍ୟକ୍ରମ ଅଧୀନରେ ଭାରତକୁ ସହଯୋଗ କରିବାକୁ ଚାହୁଛି ବୋଲି ଇମ୍ରାନ୍‌ କହିଛନ୍ତି। ପାକିସ୍ତାନର ଶୋଚନୀୟ ଆର୍ଥିକ ସ୍ଥିତି ଏବଂ କରୋନା ମୁକାବିଲା କ୍ଷେତ୍ରରେ ଦୟନୀୟ ବିଫଳତା ଭିତରେ ଇମ୍ରାନଙ୍କ ଏଭଳି ପ୍ରସ୍ତାବ ଏବେ ଚର୍ଚ୍ଚାରେ ରହିଛି। ଇମ୍ରାନଙ୍କୁ ଆଜି କଡ଼ା ଜବାବ ଦେଇ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଭାରତ ଯେଉଁ ରିଲିଫ୍‌ ପ୍ୟାକେଜ୍‌ ଘୋଷଣା କରିଛି ତାହା ପାକିସ୍ତାନର ଜିଡିପିଠାରୁ ମଧ୍ୟ ଅଧିକ। ପ୍ରବଳ ରୁଣଜାଲରେ ବୁଡ଼ି ରହିଥିବା ପାକିସ୍ତାନରେ ଏବେ ଅତି ଜଟିଳ ସ୍ଥିତି ଉପୁଜିଛି। ପାକିସ୍ତାନର ଋଣ ସମସ୍ୟା ଏହାର ଜିଡିପିର ୯୦ ପ୍ରତିଶତ ବୋଲି ଇମ୍ରାନ ଭୁଲି ଯାଇଛନ୍ତି। ତେଣୁ ପାକିସ୍ତାନ ନିଜେ ସମସ୍ୟାରୁ ମୁକୁଳିବା ଉଚିତ୍‌ ବୋଲି ଶ୍ରୀବାସ୍ତବ କହିଛନ୍ତି।

ସୂଚନାଯୋଗ୍ୟ, ଆଜି ସକାଳେ ଇମ୍ରାନ୍‌ ଖାନ୍‌ ଆ‌ଜି ଏକ ବିଭ୍ରାନ୍ତିକର ରିପୋର୍ଟ ଟ୍ବିଟ୍‌ କରି କହିଥିଲେ ଯେ ଭାରତରେ ପ୍ରାୟ ୩୪ ପ୍ରତିଶତ ପରିବାର ସପ୍ତାହରୁ ଅଧିକ ସମୟ ବିନା ସହଯୋଗରେ ତିଷ୍ଠି ପାରିବେନାହିଁ।

ସମ୍ବନ୍ଧିତ ଖବର