ନୂଆଦିଲ୍ଲୀ: କୋଭିଡ୍‌-୧୯ ‘ବୁଷ୍ଟର୍‌ ଡୋଜ୍‌’ ବା ‘ପ୍ରିକସ୍‌ନାରି ଡୋଜ୍‌’ ଟିକାକୁ ଭାରତ ଅନୁମୋଦନ କରିଛି। ଏହି ଟିକା ଜାନୁଆରି ୧୦ ତାରିଖରୁ ସ୍ବାସ୍ଥ୍ୟସେବା ଏବଂ ଆକ୍ରାନ୍ତମାନଙ୍କ ସହ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ଏବଂ ଅନ୍ୟାନ୍ୟ ରୋଗ ଥିବା ୬୦ ବଷର୍ବରୁ ଊର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ବୋଲି ଶନିବାର ଦିନ ଜାତି ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଥିଲେ।

Advertisment

କିନ୍ତୁ, ‘ବୁଷ୍ଟର୍‌ ଡୋଜ୍‌’ ଭାବେ ସୁପରିଚିତ ‘ପ୍ରିକସ୍‌ନାରି ଡୋଜ୍‌’ ନେବା ଉପରୋକ୍ତ ବର୍ଗର ବ୍ୟକ୍ତିବିଶେଷଙ୍କ ଇଚ୍ଛାଧୀନ। ଡାକ୍ତରଙ୍କ ସୁପାରିସକ୍ରମେ ସେମାନେ ‘ବୁଷ୍ଟର୍‌ ଡୋଜ୍‌’ ନେଇ ପାରିବେ।

ଉଲ୍ଲେଖଯୋଗ୍ୟ, ‘ବୁଷ୍ଟର୍‌ ଡୋଜ୍‌’ ଭାବେ ଭାରତରେ କେଉଁ ଟିକା ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ। ମାତ୍ର, ଆମେରିକାରେ ଯେକୌଣସି ଅନୁମୋଦିତ ଟିକାକୁ ‘ବୁଷ୍ଟର୍‌ ଡୋଜ୍‌’ ଭାବେ ଦିଆଯାଇ ପାରିବ ବୋଲି  ‘ଦି‌ ସେଣ୍ଟର୍ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଏବଂ ପ୍ରିଭେନ୍‌ସନ୍‌’ (ସିଡିସି) ଅନୁମତି ଦେଇଛି। କିନ୍ତୁ, ପୂର୍ବରୁ ‘ଫାଇଜର୍‌-ବାୟୋଏନ୍‌ଟେକ୍‌’ ଟିକା ନେଇଥିବା ୧୬/୧୭ ବର୍ଷର ପିଲାମାନେ ସେହି ଟିକାକୁ ହିଁ ‘ବୁଷ୍ଟର୍‌ ଡୋଜ୍‌’ ଭାବେ ନେବାକୁ ସୁପାରିସ କରାଯାଇଛି।

publive-image Image Courtesy of The Economic Times

କୋଭିଡ୍-୧୯ଜନିତ ସାଙ୍ଘାତିକ ପରିସ୍ଥିତିରୁ ଟିକାକରଣ ସୁରକ୍ଷା ଦେଉଥିଲେ ମଧ୍ୟ ସମୟକ୍ରମେ ଟିକାର ଫଳପ୍ରଦତା ହ୍ରାସ ପାଉଥିବା କଥା ବିଭିନ୍ନ ରିପୋର୍ଟରେ ଉଲ୍ଲେଖ କରାଯାଉଛି। ବିଶେଷକରି ୬୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ କ୍ଷେତ୍ରରେ ଏଭଳି ଘଟୁଥିବା କୁହାଯାଉଛି। ସେଥିପାଇଁ ସମ୍ପୂର୍ଣ୍ଣ ଟିକା କୋର୍ସ ନେଇଥିବା ଲୋକେ ପୁନଶ୍ଚ ‘ଓମିକ୍ରନ୍‌ ‌କରୋନାଭାଇରସ୍‌ ଭେରିଏଣ୍ଟ୍‌’ଦ୍ବାରା ଆକ୍ରାନ୍ତ ହେଉଛନ୍ତି।

ତେଣୁ, ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା, ବିଶେଷତଃ ବୟସ୍କମାନଙ୍କ ପାଇଁ ବୁଷ୍ଟର୍‌ ଡୋଜ୍‌ ଟିକା ଦିଆଯିବା ଆବଶ୍ୟକ ବୋଲି କେତେକ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି।