ବ୍ୟୁନସ୍‌ ଆୟର୍ସ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ୨ ଦିନିଆ ଆର୍ଜେଣ୍ଟିନା ଗସ୍ତରେ ଅଛନ୍ତି।  ଦୀର୍ଘ ୫୭ ବର୍ଷ ପରେ ଏହା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀସ୍ତରୀୟ ଦ୍ବିପାକ୍ଷିକ ଗସ୍ତ।  ପ୍ରଧାନମନ୍ତ୍ରୀ ପୂର୍ବରୁ ୨୦୧୮ରେ ଜି-୨୦ ସମ୍ମିଳନୀରେ ଯୋଗ ଦେବାପାଇଁ ଆର୍ଜେଣ୍ଟିନା ଯାଇଥିଲେ।  ଆର୍ଜେଣ୍ଟିନା ରାଜଧାନୀ ବ୍ୟୁନସ୍‌ ଆୟର୍ସର ଏଜିଜା ଅନ୍ତର୍ଜାତୀୟ ବିମାନବନ୍ଦରରେ  ପହଞ୍ଚିବାପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର ମିଲେଇଙ୍କ ଅନୁରୋଧକ୍ରମେ ମୋଦୀ ଆର୍ଜେଣ୍ଟିନା ଗସ୍ତ କରିଛନ୍ତି।  ଏହି ଗସ୍ତ ଅବସରରେ ମୋଦୀ ଓ  ତାଙ୍କ ଆର୍ଜେଣ୍ଟିନା ପ୍ରତିପକ୍ଷଙ୍କ  ମଧ୍ୟରେ ପ୍ରତିରକ୍ଷା, କୃଷି, ଖଣି, ତୈଳ ଓ ଗ୍ୟାସ୍‌, ଅକ୍ଷୟ ଶକ୍ତି, ବାଣିଜ୍ୟ, ବିନିଯୋଗ ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ଉପରେ  ଆଲୋଚନା ହୋଇଛି।  ଆାର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର ମିଲେଇ  ପ୍ରତିନିଧିସ୍ତରୀୟ କଥାବ‌ାର୍ତ୍ତା ପରେ କହିଛନ୍ତି ଯେ ଭାରତ-ଆର୍ଜେଣ୍ଟିନା ଦ୍ବିପାକ୍ଷିକ ସଂପର୍କ ଏବେ ଏକ ନୂଆ ଉଚ୍ଚତାରେ ପହଞ୍ଚିଛି।