ନୂଆଦିଲ୍ଲୀ : କାନାଡାର ଏକ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଏହି ଘଟଣାକୁ ନିନ୍ଦା କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତି ଜାରି କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କାନାଡା ସରକାରଙ୍କୁ କହିଛି। ଏହି ଘଟଣାକୁ ନେଇ ଭାରତରେ ଉତ୍ତେଜନା ପ୍ରକାଶ ପାଇବା ସହ କାନାଡା ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଉଛି।
କାନାଡାର ବ୍ରାମ୍ପଟନରେ ହୋଇଥିବା ହିଂସାକାଣ୍ଡ ସମ୍ପର୍କରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରଦେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଗତକାଲି ଅଣ୍ଟାରିଓର ବ୍ରାମ୍ପଟନରେ ଥିବା ହିନ୍ଦୁ ସଭା ମନ୍ଦିରରେ ଉଗ୍ରବାଦୀ ଏବଂ ବିଚ୍ଛିନ୍ନତାବାଦୀଙ୍କ ଦ୍ୱାରା ହୋଇଥିବା ହିଂସାକୁ ଆମେ ନିନ୍ଦା କରୁଛୁ। ଆମେ କାନାଡା ସରକାରଙ୍କୁ ଅନୁରୋଧ କରୁଛୁ ଯେ ସମସ୍ତ ଉପାସନା ସ୍ଥଳକୁ ଏଭଳି ଆକ୍ରମଣରୁ ସୁରକ୍ଷିତ ରଖନ୍ତୁ । ହିଂସାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆମେ ଆଶା କରୁଛୁ। କାନାଡାରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ନେଇ ଆମେ ଗଭୀର ଚିନ୍ତିତ । ଭାରତୀୟ ଏବଂ କାନାଡାବାସୀଙ୍କୁ ସମାନ ଭାବରେ ସେବା ଯୋଗାଇବା ପାଇଁ ଆମର ଦୂତାବାସ ଅଧିକାରୀଙ୍କ ପ୍ରବେଶକୁ ଧମକ, ନିର୍ଯାତନା ଏବଂ ହିଂସା ଦ୍ୱାରା ରୋକାଯାଇପାରିବ ନାହିଁ । "
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/11/04/wpxmoNf46ZkF4O05QXRA.jpeg)