ବିଭିନ୍ନ ଦେଶରେ ଥିବା ନିଜ ଦୂତାବାସକୁ ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରୁଛି ପାକିସ୍ତାନ

କାର୍ଯ୍ୟାନୁଷ୍ଠାନ ନେବାକୁ ସେହି ଦେଶମାନଙ୍କୁ କହିଲା ଭାରତ

ନୂଆଦିଲ୍ଲୀ : ଭାରତ ସରକାର କଶ୍ମୀର ଉପରୁ ଧାରା ୩୭୦ ଉଠାଇବା ପରେ ପାକିସ୍ତାନ ଏଠାରେ ଅସ୍ଥିରତା ସୃଷ୍ଟି କରିବାକୁ ବରାବର ଉଦ୍ୟମ କରିଆସୁଛି । ଗୋଟିଏ ପଟେ ଭାରତରେ ହିଂସାତ୍ମକ କାର୍ଯ୍ୟକଳାପ ପାଇଁ ଆତଙ୍କବାଦୀ ଅନୁପ୍ରବେଶ କରାଉଥିବାବେଳେ ଅନ୍ୟପଟେ ପ୍ରାୟ ସବୁ ଅନ୍ତର୍ଜାତୀୟ ମଞ୍ଚରେ ଭାରତ ବିରୁଦ୍ଧରେ ବିଷ ଓଗାଳୁଛି । ଭାରତ ବିରୋଧୀ ଜନମତ ସୃଷ୍ଟି କରିବାକୁ ବିଭିନ୍ନ ଦେଶରେ ଥିବା ନିଜର ଦୂତାବାସଗୁଡ଼ିକରେ ପାକିସ୍ତାନ ଗୋଟିଏ ଗୋଟିଏ କଶ୍ମୀର ସେଲ୍‌ ଖୋଲିଛି । ଏହି ସେଲ ମାଧ୍ୟମରେ କଶ୍ମୀରରେ ଅସ୍ଥିରତା ଓ ହିଂସାକାଣ୍ଡ ସୃଷ୍ଟି କରିବାକୁ ଲୋକମାନଙ୍କୁ ଖୋଲାଖୋଲିଭାବେ ପ୍ରବର୍ତ୍ତାଯାଉଛି । ଏସବୁ ସେଲ ମାଧ୍ୟରେ ଭାରତ ବିରୁଦ୍ଧରେ ମିଥ୍ୟା ପ୍ରଚାର କରାଯାଉଛି ଓ ସ୍ଥାନୀୟ ମୁସଲିମ ଜନତାଙ୍କୁ ଜିହାଦ କରିବାକୁ ଉସୁକାଉଛି ।

ଏସବୁ ଭାରତ ବିରୋଧୀ ପ୍ରଚାରକୁ ରୋକିବାକୁ ଭାରତ ସଂପୃକ୍ତ ଦେଶମାନଙ୍କୁ ଅନୁରୋଧ କରିଛି । ଏସବୁ କଶ୍ମୀର ସେଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତ ଦାବି କରିଛି । ନିଜ ଦୂତାବାସକୁ ପାକିସ୍ତାନ ଯେପରି ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର ନକରିପାରେ ତାହା ଉପରେ ଦୃଷ୍ଟି ଦେବାକୁ ସେସବୁ ଦେଶମାନଙ୍କୁ ଭାରତ କହିଛି ବୋଲି ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ କହିଛନ୍ତି ।

ସମ୍ବନ୍ଧିତ ଖବର