ଉତ୍ତେଜନା ହ୍ରାସ ପାଇଁ ଇରାନ, ଆମେରିକାକୁ ଭାରତର ଆହ୍ଵାନ

ନୂଆଦିଲ୍ଲୀ : ଆମେରିକା ଓ ଇରାନ ମଧ୍ୟରେ ତୀକ୍ତତା ଚରମ ସୀମାରେ ପହଞ୍ଚିଛି । ଉଭୟ ପକ୍ଷ ମଧ୍ୟରେ ଯେକୌଣସି ସମୟରେ ଯୁଦ୍ଧ ଲାଗିପାରେ । ଏପରି ହେଲେ ବିଶ୍ୱ ଅର୍ଥନୀତି ଉପରେ ତାହାର କୁପ୍ରଭାବ ପଡିବ । ଭାରତ ପ୍ରଭୃତି ତେଲ ଆମଦାନୀକାରୀ ଦେଶ ସର୍ବାଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଆହୁରି ମଧ୍ୟ ଏ ଅଂଚଳରେ ଅନେକ ଭାରତୀୟ ରହୁଥିବାରୁ ଯୁଦ୍ଧ ହେଲେ ସେମାନେ ବିପଦରେ ପଡିବେ । ଏହାକୁ ଦୃଷ୍ଟିରେ ରଖି ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ଭାରତ ବୁଧବାରଦିନ ଆହ୍ଵାନ ଜଣାଇଛି । କୂଟନୈତିକ ସ୍ତରରେ ଭାରତ ଉଭୟ ଦେଶକୁ ଏହି ଆହ୍ଵାନ ଦେଇଛି ।
ଗତ ସପ୍ତାହରେ ଇରାନ ଆମେରିକାର ଏକ ଗୁପ୍ତଚର ବିମାନକୁ ଖସାଇ ଦେବା ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇରାନ ଉପରେ ଆକ୍ରମଣ ନିର୍ଦ୍ଦେଶ ଦେଇଥିଲେ । କନ୍ତୁ ଏହି ନିର୍ଦ୍ଦେଶ ଦେବାର କିଛି ସମୟପରେ ସେ ତାହାକୁ ପ୍ରତ୍ୟାହାର କରିଥିଲେ । ଇରାନ ମଧ୍ୟ ଆମେରିକାକୁ ଚେତବନୀ ଦେଇ କହିଛି ଯେ ଆମେରିକା ଯଦି ଗୋଟିଏ ଗୁଳି ଚଳାଏ ତେବେ ତାହାର ଦୃଢ ଜବାବ ଦିଆଯିବ ।

ସମ୍ବନ୍ଧିତ ଖବର