ଗୁରୁଗ୍ରାମ: କରୋନାଭାଇରସ୍ ମହାମାରୀ ବିରୋଧୀ ସଂଗ୍ରାମରେ ଭାରତ ଉତ୍ତମ ସ୍ଥିତିରେ ରହିଛି ଏବଂ ଦେଶ ସଙ୍କଳ୍ପବଦ୍ଧ ଓ ଉତ୍ସାହର ସହ ଏହି ରୋଗ ସହ ଲଢୁଥିବା କଥା ରବିବାର ଦିନ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି।
କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ଦ୍ବାରା ଆରମ୍ଭ ହୋଇଥିବା ବିଶାଳ ବୃକ୍ଷରୋପଣ ଅଭିଯାନରେ ଅଂଶ ଗ୍ରହଣ କରି ଗୃହମନ୍ତ୍ରୀ ଏ କଥା କହିଛନ୍ତି। ଏହି ମାସ ଶେଷ ସୁଦ୍ଧା ଦେଶବ୍ୟାପୀ କ୍ୟାମ୍ପ୍ ଆୟୋଜନ କରି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ୧. ୩୭ କୋଟି ଚାରା ରୋପଣ ଲକ୍ଷ୍ୟ ରଖିଛି।
ଗୃହମନ୍ତ୍ରୀ କହିଲେ, ଦୁନିଆ ଦେଖୁଛି ଯଦି ସମଗ୍ର ବିଶ୍ବରେ କେଉଁଠି କରୋନାଭାଇରସ୍ ବିରୋଧରେ ସଫଳ ସଂଗ୍ରାମ ଚାଲିଛି, ତାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତରେ ହିଁ ଚାଲିଛି।
Image Courtesy of TV9bharatvarshକନ୍ଦରପୁର ଗାଁରେ ଥିବା ସିଆର୍ପିଏଫ୍ ଅଫିସର୍ଙ୍କ ତାଲିମ ଏକାଡେମି କ୍ୟାମ୍ପସ୍ ଅଶ୍ବସ୍ଥ ଗଛଟିଏ ଲଗାଇ ସାରି ଶାହା କହିଲେ, ଭୟ ଲାଗୁଥିଲା, ସଂଘୀୟ ଶାସନ ବ୍ୟବସ୍ଥା, ୧୩୦ କୋଟି ଜନତା ଓ ଏକକ ଆଦେଶ ଶୃଙ୍ଖଳ ନ ଥିବା ଆମ ଦେଶ ଭଳି ଗୋଟାଏ ବିଶାଳ ଦେଶ କେମିତି ଏହି ଆହ୍ବାନର ମୁକାବିଲା କରିବ? କିନ୍ତୁ, ଦେଶର ୧୩୦ କୋଟି ଜନତା, ସମସ୍ତ ରାଜ୍ୟ ଏବଂ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଜାତିପ୍ରାଣ ହୋଇ କୋଭିଡ୍-୧୯ ବିରୋଧରେ ଏହି ସଂଗ୍ରାମ ଲଢ଼ିଲେ।
ସମଗ୍ର ବିଶ୍ବରେ ସରକାରମାନେ ଏହି ରୋଗ ବିରୋଧରେ ଲଢ଼େଇ କରୁଛନ୍ତି, କିନ୍ତୁ ଆମ ଦେଶରେ ସମସ୍ତେ ଯୁଦ୍ଧରେ ସାମିଲ ହୋଇଛନ୍ତି। ଆମେ କରୋନାଭାଇରସ୍ ସଂଗ୍ରାମରେ ଉତ୍ତମ ସ୍ଥିତିରେ ଅଛନ୍ତି ଏବଂ ଦୃଢ଼ପ୍ରତିଜ୍ଞ ହୋଇ ଲଢ଼େଇ ଜାରି ରଖିବୁ। ଭୟର କୌଣସି ବାତାବରଣ ନାହିଁ। କରୋନାଭାଇରସ୍ ସହ ଲଢ଼ିବାକୁ ଆମର ଦୃଢ଼ ଇଚ୍ଛାଶକ୍ତି ଏବଂ ତାହାକୁ ପରାସ୍ତ କରିବାକୁ ଉତ୍ସାହ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/saha.jpg)