କରୋନା କାଳରେ ଭାରତ ୨୦ ବିଲିୟନ ଡଲାର ବିଦେଶୀ ପୁଞ୍ଜି ଆକୃଷ୍ଟ କରିଛି : ମୋଦୀ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ଭାରତ ଏବେ ସମ୍ଭାବନାର ଦେଶ ପାଲଟିଛି । ଏଣୁ ଭାରତରେ ନିବେଶ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ନିବେଶକମାନଙ୍କୁ ଆମନ୍ତ୍ରଣ କରିଛନ୍ତି ।

ମୋଦୀ କହିଛନ୍ତି ଯେ ପ୍ରତିବର୍ଷ ଭାରତ ରେକର୍ଡ ବିଦେଶୀ ପୁଞ୍ଜି ଆକୃଷ୍ଟ କରୁଛି । କରୋନା କାଳରେ ମଧ୍ୟ ଭାରତ ୨୦ ବିଲିୟନ ଡଲାର ଏଫଡିଆଇ ଆକୃଷ୍ଟ କରିପାରିଛି । ଭାରତର ଉତଥାନର ଅର୍ଥ ହେଉଛି, ଏପରି ଏକ ଦେଶ ସହ ବାଣିଜ୍ୟିକ ସୁଯୋଗ ଯାହା ଉପରେ ଭରସା କରିହେବ ।
ଇଣ୍ଡିଆ ଆଇଡିଆଜ ସମିଟକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଗତ ଛଅ ବର୍ଷରେ ଭାରତୀୟ ଅର୍ଥନୀତିକୁ ଅଧିକ ମୁକ୍ତ କରାଯାଇଛି, ବ୍ୟବସାୟ ପ୍ରକ୍ରିୟାକୁ ସରଳ କରାଯାଇଛି । ଏସବୁ ସଂସ୍କାର ଦ୍ୱାରା ଭାରତରେ ବ୍ୟବସାୟ କରିବା ଅଧିକ ସରଳ, ସ୍ୱଚ୍ଛ ଓ ପ୍ରତିଯୋଗିତା ମୂଳକ ହୋଇଯାଇଛି ।
ସେ କୃଷି, ଟେକନଲୋଜୀ, ସ୍ୱାସ୍ଥ୍ୟସେବା, ପ୍ରତିରକ୍ଷା, ବିମାନଚଳାଚଳ ଆଦି କ୍ଷେତ୍ରରେ ନିବେଶ କରିବାକୁ ନିବେଶକମାନଙ୍କୁ ଆମନ୍ତ୍ରଣ କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱ ଅର୍ଥନୀତି ଦକ୍ଷତା ଉପରେ ସର୍ବାଧିକ ନିର୍ଭର କରୁଛି । ଏହା ବେଶ ଭଲକଥା, କିନ୍ତୁ ଆଉ ଗୋଟିଏ କ୍ଷେତ୍ର ଉପରେ ଆମକୁ ଗୁରୁତ୍ୱ ଦେବାକୁ ହେବ ତାହା ହେଉଛି, ବାହ୍ୟ ସଂଘାତକୁ ସହିବାର କ୍ଷମତା।
ବିଗତ କିଛି ବର୍ଷରେ ଭାରତ ଓ ଆମେରିକା ମଧ୍ୟରେ ସହଯୋଗ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର