ଉନ୍ନତ ଭିତ୍ତିଭୂମି ଯୋଗୁଁ ଚୀନ ସେନା ସହଜରେ ଆମ ସୀମାରେ ପହଞ୍ଚିପାରୁଛି : ରାଜନାଥ

ନୂଆଦିଲ୍ଲୀ : ଉତ୍ତରାଞ୍ଚଳ ସେକ୍ଟରରେ ଚୀନ ସେନାର ଉପସ୍ଥିତି ସମ୍ପର୍କରେ ଭାରତ ଅବଗତ ଅଛି । ଉନ୍ନତ ନିର୍ମାଣ ପ୍ରଯୁକ୍ତି ବ୍ୟବହାର କରି ସେମାନଙ୍କ ପଟେ ହୋଇଥିବା ଭିତ୍ତିଭୂମି ବିକାଶ ଯୋଗୁଁ ସେମାନେ ସହଜରେ ହିମାଳୟ ପାର୍ବତ୍ୟାଞ୍ଚଳରେ ପହଞ୍ଚିପାରୁଛନ୍ତି ।

ଆମ ପଟେ ମଧ୍ୟ ଉନ୍ନତ ଟେକନଲୋଜୀ ବ୍ୟବହାର କରି କ୍ଷମତା ବୃଦ୍ଧି କରିବାକୁ ବିଆରଓ (ବର୍ଡର ରୋଡ୍ ଅର୍ଗାନାଇଜେସନ)କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏ ଦିଗରେ ସରକାର ବିଆରଓକୁ ସହାୟତା କରୁଛନ୍ତି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ବିଆରଓ ଭାରତର ଉତ୍ତର-ପଶ୍ଚିମ ଓ ଉତ୍ତର ସୀମାରେ ଥିବା ପାର୍ବତ୍ୟାଞ୍ଚଳରେ ସଡ଼କ ନିର୍ମାଣ କରିଥାଏ । ବିଶେଷକରି ଉତ୍ତରସୀମାରେ ଭାରତର ଦୁର୍ବଳ ଭିତ୍ତିଭୂମି ଯୋଗୁଁ ଚୀନ ସେନାର ଅନୁପ୍ରବେଶ ବଢୁଥିବାରୁ ଏ ଅଂଚଳରେ ଭିତ୍ତିଭୂମି ବିକାଶ ପାଇଁ ଅନେକ ଗୁଡ଼ିକ ସଡ଼କ ପ୍ରକଳ୍ପ ହାତକୁ ନିଆଯାଇଛି । ଏଗୁଡ଼ିକ ମଧ୍ୟରୁ କେତେକ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇସାରିଥିବାବେଳେ ଆଉ କେତେକ ନିର୍ମାଣାଧୀନ ରହିଛି । ଏସବୁ ପ୍ରକଳ୍ପ ଦ୍ବାରା ଭାରତୀୟ ସେନା ସହଜରେ ସୀମାରେ ପହଞ୍ଚି ପାରୁଛି । ଏହା ସହିତ ଅସ୍ତ୍ରଶସ୍ତ୍ର ମଧ୍ୟ ସହଜରେ ସୀମାରେ ପହଞ୍ଚିପାରୁଛି ।

ହିମାଚଳ ପ୍ରଦେଶରେ ଲେହ-ମନାଲି ହାଇଓ୍ବେର ଦୁର୍ଗମ ପାର୍ବତ୍ୟାଞ୍ଚଳରେ ଅଟଳ ଟନେଲ ନିର୍ମାଣ କରିଥି ବିଆରଓ ନିଜର ଇଂଜିନିୟରିଂ ଦକ୍ଷତାର ପରିଚୟ ଦେଇଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର