କରୋନା ଭୟ: ବନ୍ଦ ହେଲା ଭାରତରୁ ବାଂଲାଦେଶକୁ ଚଳାଚଳ କରୁଥିବା ‘ମୈତ୍ରୀ’ ଓ ‘ବନ୍ଧନ’ ଟ୍ରେନ୍‌ ସେବା

କୋଲକାତା/ ନୂଆଦିଲ୍ଲୀ: ସଂପ୍ରତି କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଏକ ଆତଙ୍କଜନକ ସ୍ଥିତି ସୃଷ୍ଟି କରିଥିବା ବେଳେ ଭାରତ ସରକାର ପ୍ରତିଷେଧ ମୂଳକ ବ୍ୟବସ୍ଥା ସୂରୂପ ଭାରତ- ବାଂଲାଦେଶ ମଧ୍ୟରେ ଯାତାୟାତ କରୁଥିବା ଯାତ୍ରୀବାହୀ ଟ୍ରେନ୍‌ର ଚଳାଚଳକୁ ସାମୟିକ ଭାବେ ବନ୍ଦ କରି ଦେଇଛନ୍ତି।

Today News

ଉଲ୍ଲେଖଯୋଗ୍ୟ, ‘ମୈତ୍ରୀ’ ଓ ‘ବନ୍ଧନ’ ନାମରେ ଭାରତ- ବାଂଲାଦେଶ ମଧ୍ୟରେ ଯାତାୟାତ କରୁଥିବା ଯାତ୍ରୀବାହୀ ଟ୍ରେନ୍‌ ଦୁଇଟି କୋଲକତାରୁ ଯାତ୍ରା ଆରମ୍ଭ କରି ବାଂଲାଦେଶର ବିଭିନ୍ନ ଷ୍ଟେସନକୁ ଯାତ୍ରା କରିଥାଏ। ତେବେ, କରୋନା ଆତଙ୍କକୁ ଦୃଷ୍ଟିରେ ରଖି ସରକାର ‘ମୈତ୍ରୀ’ ଓ ‘ବନ୍ଧନ’ ଟ୍ରେନ୍‌ର ଚଳାଚଳକୁ ଆଜି (ମାର୍ଚ୍ଚ ୧୫) ଠାରୁ ଆସନ୍ତା ଅପ୍ରେଲ ୧୫ ତାରିଖ ପର୍ଯ୍ୟନ୍ତ ରଦ୍ଦ କରି ଦେଇଛନ୍ତି। ଯଦି ଆବଶ୍ୟକ ପଡ଼େ ତେବେ ପରିସ୍ଥିତିକୁ ଦୃଷ୍ଟିରେ ଏହି ଟ୍ରେନ୍‌ର ଚଳାଚଳକୁ ଆଉ ଅଧିକ କାଳ ପାଇଁ ଅର୍ଥାତ୍‌ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ କରି ଦିଆଯିବ ବୋଲି ଆଜି ରେଳ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର