୧୯୪୭ ମସିହାରେ ଭାରତ ବିଭାଜନ ଏବଂ ୧୯୬୫ ଏବଂ ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧ ପରେ ବାଂଲାଦେଶ ସହ ବିଚ୍ଛିନ୍ନ ହୋଇ ଯାଇଥିବା ରେଳ ଯୋଗାଯୋଗର ପୁଣି ଆରମ୍ଭ କରାଯିବ।
‘ସେତୁବନ୍ଧନ’ ବୋଲି କୁହାଯାଉଥିବା ଏକ ଦୁଇ ଦିବସୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅଗରତାଲା ଆସିଥିବା ବାଂଲାଦେଶର ରେଳବାଇ ମନ୍ତ୍ରୀ ମୁଜିବୁଲ୍ ହକ୍ ମୁଜିବ୍ ଘୋଷଣା କରିଛନ୍ତି ଯେ ବିଭାଜନ ଏବଂ ଯୁଦ୍ଧ ପରେ ଦୁଇ ଦେଶର ୧୨ଟି ସ୍ଥାନରେ ବିଚ୍ଛିନ୍ନ ହୋଇ ଯାଇଥିବା ରେଳପଥକୁ ପୁଣି ସଂଯୋଗ କରାଯିବ।
ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜଭୁତ କରିବା ପାଇଁ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଛି। ଏହା ବ୍ୟକ୍ତି ବ୍ୟକ୍ତିଙ୍କ ମଧ୍ୟରେ ଯୋଗାଯୋଗରେ ଉନ୍ନତି ଆଣିବା ସହ ଦ୍ୱିପାକ୍ଷିକ ବାଣିଜ୍ୟ ବଢ଼ାଇବ ବୋଲି ସେ କହିଛନ୍ତି।
Image Courtesy of The Better Indiaଏହି ଧାରଣା ସବୁ ଏକଦା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଯୋଡ଼ିଥିଲା। ଭାରତ ମିଟର୍ ଗେଜ୍ ଧାରଣ ପ୍ରଚଳନ କରିବାରୁ ପୁରୁଣା ଧାରଣାଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିଲା।
୨୦୧୫ ମସିହାରେ ଢାକା ଠାରେ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସହ ତ୍ରିପୁରା ପରିବହନ ମନ୍ତ୍ରୀ ମାଣିକ ଦେ’ଙ୍କର ଆଲୋଚନା ସମୟରେ ଦୁଇ ଦେଶ ମଧ୍ୟରେ ରେଳ ଯୋଗାଯୋଗ ନ ଥିବା ପ୍ରସଙ୍ଗ ଉଠିଥିଲା। ଦୁଇ ଦେଶ ମଧ୍ୟରେ ନିଖୋଜ ରେଳ ସଂଯୋଗ ଉପରେ ସର୍ବେକ୍ଷଣ କରିବାକୁ ସେ ସମୟରେ ଢାକା ନୂଆଦିଲ୍ଲୀକୁ ଅନୁରୋଧ କରିଥିଲା।
ଏକଦା ତ୍ରିପୁରା ଏବଂ ବାଂଲାଦେଶ ଅନ୍ୟ ରେଳଧାରଣା (ବେଲୋନିଆ-ଫେନି, କରିମ୍ଗଞ୍ଜ-ଚିଟାଗଙ୍ଗ୍, ମହିଶାସନ-ଚିଟାଗଙ୍ଗ, ଖୋଓ୍ଵାଇ-ଆଖୌରା ଦେଇ ବାଲା ଏବଂ ଅମରପୁରରୁ ଭୈରବ ବଜାର) ଦ୍ୱାରା ସଂଯୁକ୍ତ ହୋଇଥିଲେ, କିନ୍ତୁ ବିଭାଜନ ଏବଂ ଯୁଦ୍ଧ ପରେ ଯୋଗାଯୋଗ ହରାଇଥିଲେ।
୧୨ଟି ଐତିହାସିକ ରେଳ ଯୋଗାଯୋଗ ମଧ୍ୟରୁ ଯେଉଁ ଗୋଟିକ ତ୍ରିପୁରାର ଅଗରତାଲାରୁ ବାଂଲାଦେଶର ଅଖୌରାକୁ ଯୋଗଯୋଗ କରୁଥିବା ରେଳପଥକୁ ସଫଳତାର ସହ ସମାପନ କରାଯାଇଛି ଏବଂ ଭାରତୀୟ ପଟରେ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲିଛି। ସ୍ଥଳଭାଗରେ ପରିବହନର ସୁବିଧା ନିମନ୍ତେ ଭାରତ ଏବଂ ବାଂଲାଦେଶ ସରକାର ଏହି ପ୍ରକଳ୍ପ ସକାଶ ଜୁଲାଇ ୩୧ ତାରିଖ ୨୦୧୬ ମସିହାରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
Image Courtesy of Dhaka Tribuneଭାରତରେ ୫ କି. ମି. ସମେତ ସମୁଦାୟ ୧୫ କିଲୋମିଟରର ରେଳ ଧାରଣା ନିର୍ମାଣ ପାଇଁ ୯୬୭. ୫ କୋଟି ଟଙ୍କା। ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୧୮ ସୁଦ୍ଧା ଶେଷ ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଛି। ୨୦୧୩ରେ ନୂଆଦିଲ୍ଲୀ ଏବଂ ଢାକା ମଧ୍ୟରେ ହୋଇଥିବା ରାଜିନାମାର ଅଂଶ ସ୍ୱରୂପ ଅଗରତାଲା-ଅଖୌରା ପ୍ରତିଷ୍ଠାନ ମାଲଗାଡ଼ି ପରିବହନ ବୃଦ୍ଧି କରାଇ ଦୁଇ ଦେଶ ମଧ୍ୟରେ ଉନ୍ନତ ବାଣିଜ୍ୟ କାରବାରକୁ ଉତ୍ସାହ ଦେବ।
ଭାରତର ଉତ୍ତର ପୂର୍ବାଞ୍ଚଳରେ ଥିବା ରାଜ୍ୟଗୁଡ଼ିକୁ ମଧ୍ୟ ଏହା ଉଲ୍ଲେଖ ଯୋଗ୍ୟ ଭାବେ ଉପକୃତ କରିବ ବୋଲି ଆଶା କରାଯାଉଛି। ଅଧିକନ୍ତୁ, ଅଗରତାଲା-ଅଖୌରା ରେଳପଥ ପାକିସ୍ତାନ ମଧ୍ୟ ଦେଇ ଯାଇଥିବା ଇସ୍ତାନବୁଲ୍ ଏବଂ ସିଙ୍ଗାପୁର, ଭାରତ, ବାଂଲାଦେଶ ଏବଂ ମିଅାଁମାର୍କୁ ପଡ଼ିଥିବା ଟ୍ରାନ୍ସ୍-ଏସିଆନ୍ ରେଳବାଇର ଅଂଶବିଶେଷ ହୋଇ ପାରେ।
କନିଷ୍ଠ ରେଳମନ୍ତ୍ରୀ ରାଜେନ ଗୋହୈନ୍ କହିଛନ୍ତି ଯେ ବ୍ରୋଡ୍ ଗେଜ୍ ଜରିଆରେ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ମଧ୍ୟରେ ଦ୍ରୁତ ଯୋଗାଯୋଗ ମଜଭୁତ କରିବା ନିମନ୍ତେ ନିଜର କ୍ଷମତାମତେ ସରକାର ସବୁ କଥା କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/Bangladesh-India-partition-railway-tracks.jpg)