ନୂଆଦିଲ୍ଲୀ: ଉଭୟ ପଡ଼ୋଶୀ ଦେଶ ଭାରତ ଓ ବାଂଲାଦେଶ ବିଶ୍ବରେ ସ୍ଥିରତା, ସଦ୍ଭାବ ଓ ଶାନ୍ତି ଚାହାନ୍ତି ବୋଲି ବାଂଲାଦେଶ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି। ବାଂଲାଗସ୍ତର ଶେଷ ଦିନରେ ହିନ୍ଦୁ ମତୁଆ ସମ୍ପ୍ରଦାୟର ଧାର୍ମିକ ଗୁରୁ ହରିଚାନ୍ଦ ଠାକୁରଙ୍କ ଜନ୍ମସ୍ଥାନ ଗୋପାଳଗଞ୍ଜ ଅନ୍ତର୍ଗତ ଓରାକାଣ୍ଡି ସ୍ଥିତ ଏକ ମନ୍ଦିରରେ ସମବେତ ମତୁଆମାନଙ୍କୁ ଉଦ୍ବୋଧନ ଦେଇ ସମଗ୍ର ବିଶ୍ବ ନିଜର ପ୍ରଗତି ଭିତ୍ତିରେ ଆଗେଇଯିବାକୁ ଭାରତ ଓ ବାଂଲାଦେଶ ଇଚ୍ଛା କରନ୍ତି ବୋଲି ସେ କହିଛନ୍ତି। ମହାମାରୀ କୋଭିଡ୍ ବେଳେ ଏହି ଦୁଇ ଦେଶ ଅଭିନବ କରୋନାଭୂତାଣୁ ବିରୋଧରେ ଲଢ଼େଇ ପାଇଁ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସକାଳେ ବାଂଳାର ପ୍ରସିଦ୍ଧ ଶକ୍ତିପୀଠ ଜେଶୋରେଶ୍ବରୀ କାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ନିକଟରେ ନବୀକରଣ ହୋଇଥିବା ଉକ୍ତ ମନ୍ଦିରକୁ ସାମାଜିକ, ଧାର୍ମିକ ଓ ଶୈକ୍ଷିକ କାର୍ଯ୍ୟକ୍ରମରେ ବହୁଳ ବ୍ୟବହାର କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ମନ୍ଦିର ନିକଟରେ ଭାରତ ପକ୍ଷରୁ ଏକ ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।
ସ୍ଥିରତା, ସଦ୍ଭାବ ଓ ଶାନ୍ତି ଚାହାନ୍ତି ଭାରତ-ବାଂଲାଦେଶ: ମୋଦୀ
/sambad/media/post_attachments/wp-content/uploads/2021/03/s5h459sf4h56fs4h65f46fhf56h.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)