ନୂଆଦିଲ୍ଲୀ: ନିକଟ ଅତୀତରେ ଭାରତ ସରକାର ୫୯ଟି ଚୀନ୍ ଆପ୍କୁ ବ୍ୟାନ୍ କରି ଚୀନ୍ ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲେ। ଏବେ ପୁଣି ଥରେ ଚୀନ୍ର ୪୭ଟି ଆପ୍କୁ ବ୍ୟାନ୍ କରିଛି ଭାରତ। ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଯେଉଁ ନୂଆ ୪୭ ଆପ୍କୁ ଭାରତ ବ୍ୟାନ୍ କରିଛି ସେହି ଆପ୍ଗୁଡ଼ିକ ପୂର୍ବରୁ ବ୍ୟାନ୍ ହୋଇଥିବା ୫୯ ଆପ୍ର କ୍ଲୋନ୍ ଭାବେ କାର୍ଯ୍ୟ କରୁଥିଲା। ତେବେ, ଯେଉଁ ୪୭ ଆପ୍କୁୁ ବ୍ୟାନ୍ କରାଯାଇଛି ତାହାର ତାଲିକା ଖୁବ୍ ଶୀଘ୍ର ପ୍ରକାଶ କରାଯିବ ବୋଲି ସୂଚନା ରହିଛି।
କେବଳ ସେତିକୁ ନୁହେଁ, ବ୍ୟବହାରକାରୀଙ୍କ ଗୋପନୀୟତା ଓ ଜାତୀୟ ସୁରକ୍ଷା ଉଲ୍ଲଂଘନ ହେଉଛି କି ନାହିଁ ଜାଣିବା ପାଇଁ ଭାରତ ପ୍ରାୟ ୨୫୦ଟି ଆପ୍ର ପରୀକ୍ଷା କରିବାକୁ ତାଲିକା ପ୍ରସ୍ତୁତ କରିଛି।
/sambad/media/post_attachments/wp-content/uploads/2020/07/download-29-300x168.jpg)
CNet
ଭାରତ ପ୍ରସ୍ତୁତ କରିଥିବା ତାଲିକା ଭିତରେ ଆଲିବାବା, ପବ୍ଜି, ଟେନ୍ସେଣ୍ଟ୍, ସାଓମି, ବାଇଟ୍ଡ୍ୟାନ୍ସ ଓ ଅନ୍ୟ କିଛି ଆପ୍ ରହିଛି, ଯେଉଁ ଆପ୍ଗୁଡ଼ିକକୁ ସ୍କାନ କରାଯାଇ ପ୍ରତିବନ୍ଧକ ଲଗାଯିବାର ଯୋଜନା ରହିଛି।
ଚୀନର କେତେକ ଲୋକପ୍ରିୟ ଗେମ୍ ଆପ୍ରେ ବି ପ୍ରତିବନ୍ଧକ ଲଗାଇବାର ଯୋଜନା ରଖିଛି ଭାରତ। ଚୀନ ସହିତ ତଥ୍ୟ ସେୟାର୍ କରୁଥିବା ଅଭିଯୋଗରେ ଆପ୍ଗୁଡ଼ିକୁ ବ୍ୟାନ୍ କରାଯିବାର ନିଷ୍ପତ୍ତି ନିଆଯାଇଛି ବୋଲି ଜାଣିବାକୁ ମିଳିଛି।
ଉଲ୍ଲେଖଯୋଗ୍ୟ, ଭାରତ ଓ ଚୀନ ମଧ୍ୟରେ ଲଦାଖରେ ଉପୁଜିଥିବା ସୀମା ସଂଘର୍ଷ ପରେ ଭାରରତରୁ ଟିକ୍ଟକ୍ ସମେତ ୫୯ ଚୀନ ଆପ୍କୁ ବ୍ୟାନ୍ କରିଥିଲା ଭାରତ। ଦେଶର ଗୋପନୀୟତା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା କଥା ସରକାର କହିଥିଲେ।