ଡିସେମ୍ବର ୩୧ ପର୍ଯ୍ୟନ୍ତ ବ୍ରିଟେନରୁ ଆସୁଥିବା ସମସ୍ତ ବିମାନର ଉଡ଼ାଣ ଉପରେ ରୋକ ଲଗାଇଲା ଭାରତ

ନୂତନ ଗୁଣସୂତ୍ରଧାରୀ କରୋନାଭାଇରସ୍‌ ସଂକ୍ରମଣ

ନୂଆଦିଲ୍ଲୀ: ଇଂଲଣ୍ଡ୍‌ର ନୂତନ ଗୁଣସୂତ୍ରଧାରୀ କରୋନାଭାଇରସ୍‌ ସଂକ୍ରମଣ ଆରମ୍ଭ ହୋଇଥିବା ବେଳେ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ଡିସେମ୍ବର ୩୧ ପର୍ଯ୍ୟନ୍ତ ବ୍ରିଟେନରୁ ଆସୁଥିବା ସମସ୍ତ ବିମାନ ଉଡ଼ାଣ ଉପରେ ରୋକ ଲଗାଇଛନ୍ତି। ଏହି ପ୍ରତିବନ୍ଧକ ଡିସେମ୍ବର ୨୨ତାରିଖ ରାତି ୧୧ଟା୫୯ମିନିଟରୁ ଲାଗୁ ହୋଇ ଡିସେମ୍ବର ୩୧ ରାତି ୧୧ଟା୫୯ମିନିଟ ପର୍ଯ୍ୟନ୍ତ ବଳବତ୍ତର ରହିବ। ଡିସେମ୍ବର ୨୨ ରାତି ୧୧ଟା୫୯ମିନିଟ ମଧ୍ୟରେ ବ୍ରିଟେନରୁ ଆସିଥିବା ବିମାନ ଭାରତରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀଙ୍କର ଆରଟି-ପିସିଆର ପରୀକ୍ଷା କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଡିସେମ୍ବର ୩୧ ପରେ ପରିସ୍ଥିତିକୁ ଧ୍ୟାନରେ ରଖି ପରବର୍ତ୍ତୀ ନିଷ୍ପତ୍ତି ନେବେ ସରକାର।

ସୂଚନା ମୁତାବକ, ବ୍ରିଟେନକୁ ନୂଆ ରୂପରେ ଫେରିଥିବ‌ା କରୋନା ଭାଇରସ୍‌ ଭୟଙ୍କର ରୂପ ନେଇ ଦ୍ରୁତ ଗତିରେ ବ୍ୟାପୁଛି। ଏହି ଭାଇରସ ଅଣାୟତ୍ତ ହୋଇଥିବାରୁ ବ୍ରିଟେନରେ ରବିବାର ଠାରୁ ପୁଣି ଲକ୍ ଡାଉନ୍ ଘୋଷଣା କରାଯାଇଛି। ନୂଆ ଭାଇରସ ଆତଙ୍କ ଯୋଗୁଁ ଭାରତ, ଜର୍ମାନୀ, ନେଦରଲାଣ୍ଡ ସମେତ ଅନେକ ୟୁରୋପୀୟ ରାଷ୍ଟ୍ର ବ୍ରିଟେନ ସହିତ ଯାତ୍ରୀ ବିମାନ ସେବାକୁ ବାତିଲ କରିଦେଇଛନ୍ତି।

jjchembros.com

ଲଣ୍ଡନରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ନୂଆ କରୋନା ଭାଇରସ ଅଣାୟତ୍ତ ହେଉଥିବାରୁ ସରକ‌ାର କଠୋର ପଦକ୍ଷେପ ନେଇଛନ୍ତି। ଲଣ୍ଡନ ସମେତ ସମଗ୍ର ଦକ୍ଷିଣ ପୂର୍ବ ଇଂଲଣ୍ଡରେ ଲକ୍ ଡାଉନ୍ ଘୋଷଣା କରାଯାଇଛି। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଲଣ୍ଡନର ସମସ୍ତ ଅଂଚଳରେ ୩୦ ଡିସେମ୍ବର ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଲୋକମାନଙ୍କୁ ଘର ଭିତରେ ରହିବାକୁ କୁହାଯାଇଛି। ଏହିସବୁ ଅଞ୍ଚଳରେ ବଡ଼ଦିନ ଉତ୍ସବ ଫିକା ପଡ଼ିବ। ବଡ଼ଦିନ ପାଇଁ ପରିବ‌ାର ସମାବେଶ ଉପରେ କଟକଣା ଜାରି କରାଯାଇଛି। ଅଦରକାରୀ ଦୋକାନଗୁଡ଼ିକ ମଧ୍ୟ ବନ୍ଦ ରଖାଯାଇଛି । କଟକଣା ଯୋଗୁଁ ଦେଶର ୩୧ ଭାଗ ଲୋକ ପ୍ରଭାବିତ ହେବେ। ତେବେ ଅନ୍ୟ ଅଞ୍ଚଳରେ ବଡ଼ଦିନ ଉତ୍ସବ ଜାରି ରହିବ।

ସମ୍ବନ୍ଧିତ ଖବର