ନୂଆଦିଲ୍ଲୀ : ଭାରତ ସରକାର ଶ୍ରୀଲଙ୍କାରେ ସ୍ୱତନ୍ତ୍ର ତାମିଲ ରାଷ୍ଟ୍ର ପାଇଁ ଲଢୁଥିବା ସଂଗଠନ ଲିବରେସନ ଅଫ ତାମିଲ ଟାଇଗର୍ସ ଇଲମ (ଏଲଟିଟିଇ) ଉପରେ ନିଷେଧାଜ୍ଞାକୁ ଆଉ ୫ ବର୍ଷ ବଢାଇଛନ୍ତି । ପୂର୍ବରୁ ଶେଷଥର ପାଇଁ ଗତ ୨୦୧୨ରେ ଏହି ସଂଗଠନ ଉପରେ ଭାରତ ସରକାର ନିଷେଧାଜ୍ଞା ଲଗାଇଥିଲେ, ଯାହାର ଅବଧି ଚଳିତ ବର୍ଷ ସମାପ୍ତ ହେଉଥିଲା ।
ଏ ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି । ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ ଏଲଟିଟିଇ ନିଜର ହିଂସାତ୍ମକ କାର୍ଯ୍ୟକଳାପ ଜାରି ରଖିଛି । ଏହା ଭାରତର ଏକତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଛି । ଏହା ମଧ୍ୟ ଭାରତୀୟଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି । ୧୯୯୧ ମେ ୨୧ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ପରେ ଭାରତ ସରକାର ସେହିବର୍ଷ ଏଲଟିଟିଇ ବିରୋଧରେ ନିଷେଧାଜ୍ଞା ଲଗାଇଥିଲେ । ଆତ୍ମଘାତି ବୋମା ବିସ୍ଫୋରଣ କରି ତାମିଲନାଡୁରେ ରାଜୀବଙ୍କୁ ହତ୍ୟା କରାଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/ltte.jpg)