ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବାଂଲାଦେଶରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଜମାଏତ-ଉଲ-ମୁଜାହିଦ୍ଦିନ ବାଂଲାଦେଶ( ଜେୟୁଏମବି) କୁ ନିିଷିଦ୍ଧ ଘୋଷଣା କରିଛନ୍ତି । ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ସଂସ୍ଥା ଭାରତର ପୂର୍ବାଞ୍ଚଳ ଓ ଦକ୍ଷିଣରେ ନିଜର ନେଟଓ୍ଵାର୍କ ବିସ୍ତାର କରିବାକୁ ଉଦ୍ୟମ କରୁଛି । ଏହି ସଂସ୍ଥା ଭାରତର ଯୁବକମାନଙ୍କୁ ନିଜ ସଂଗଠନରେ ସାମିଲ କରି ସେମାନଙ୍କୁ ଆତଙ୍କବାଦ କାର୍ଯ୍ୟରେ ଉପଯୋଗ କରୁଛି ।
ଏହା ମଧ୍ୟ ଭାରତରେ ଆତଙ୍କବାଦ ପାଇଁ ବିଦେଶରୁ ଅର୍ଥ ସଂଗ୍ରହ କରୁଛି । ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ୧୯୬୭ର ପ୍ରଥମ ସିଡ୍ୟୁଲ ଅନୁଯାୟୀ ଏହାକୁ ନିଷିଦ୍ଧ କରାଯାଇଛି । ୨୦୧୬, ଜୁଲାଇ ୧ ରେ ବାଂଲାଦେଶର ରାଜଧାନୀ ଢାକାରେ ହୋଇଥିବା ହୋଲି ଆର୍ଟିସାନ ବେକରୀ ବୋମା ବିସ୍ଫୋରଣରେ ମୋଟ ୨୨ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । କିଛିଦିନ ତଳେ ସରକାର ଶ୍ରୀଲଙ୍କାରେ ସକ୍ରିୟ ଏଲଟିଟିଇକୁ ଆଉ ୫ ବର୍ଷ ପାଇଁ ନିଷିଦ୍ଧ କରିଥିଲେ ।