୨ ମାସରେ ପିପିଇ ଉତ୍ପାଦନ କ୍ଷେତ୍ରରେ ଭାରତ ବିଶ୍ୱର ନଂ୨ ସ୍ଥାନରେ ପହଞ୍ଚିଲା

ନୂଆଦିଲ୍ଲୀ : ଦିନ ଥିଲା ଭାରତ ନିଜର ପିପିଇ ବା ବ୍ୟକ୍ତିଗତ ସୁରକ୍ଷା ଉପକରଣ ପାଇଁ ଆମଦାନୀ ଉପରେ ନିର୍ଭର କରୁଥିଲା । କିନ୍ତୁ କରୋନା ପରି କଠିନ ସମୟରେ ଭାରତ ସ୍ୱଦେଶୀ ଜ୍ଞାନକୌଶଳରେ ପିପିଇ ପ୍ରସ୍ତୁତ କରିବାକୁ ସଫଳ ହୋଇଛି । ମାତ୍ର ଦୁଇ ମାସ ମଧ୍ୟରେ ଭାରତ ବିଶ୍ୱର ୨ୟ ବୃହତ୍ତମ ପିପିଇ ଉତ୍ପାଦନକାରୀ ଦେଶରେ ପରିଣତ ହୋଇଛି । ପ୍ରଥମ ସ୍ଥାନରେ ଚୀନ ରହିଛି ।

ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ମାତ୍ର ଦୁଇ ମାସ ମଧ୍ୟରେ ଭାରତ ପିପିଇ ନିର୍ମାଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ସହ ବିଶ୍ୱର ୨ୟ ବୃହତ୍ତମ ଉତ୍ପାଦନକାରୀରେ ପରିଣତ ହୋଇଛି । ଉଭୟ ଗୁଣାତ୍ମକ ଓ ପରିମାଣାତ୍ମକ ଦୃଷ୍ଟିରେ ଭାରତ ପିପିଇ ନିର୍ମାଣ କ୍ଷେତ୍ରରେ ଆଗୁଆ ରହିଛି ।

କେନ୍ଦ୍ର ବୟନ ଶିଳ୍ପ ସଚିବ ଅଜିତ ଚଭନ କହିଛନ୍ତି ଯେ ବିଶ୍ୱରେ କରୋନା ମହାମାରୀ ବ୍ୟାପିବା ପରେ ଦେଶରେ ପିପିଇର ଅଭାବ ଦେଖାଦେଲା । ଉଚିତ ସମୟରେ ଆମଦାନୀ କରିବା ସମ୍ଭବ ହେଲା ନାହିଁ । ପୁଣି ଚୀନରୁ ଯାହାବି ମିଳିଲା ତାହା ନିକୃଷ୍ଟମାନର କିନ୍ତୁ ଚଢା ଦରରେ ମିଳିଲା । ଏହାକୁ ଏକ ଚ୍ୟାଲେଞ୍ଜଭାବେ ନେଇ ଭାରତୀୟ ବୈଜ୍ଞାନିକମାନେ ସ୍ୱଦେଶୀ ଜ୍ଞାନକୌଶଳରେ ପିପିଇ ନିର୍ମାଣ କରିବାରେ ସଫଳ ହେଲେ । ଏଣୁ ଭାରତ ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିଲା ।

ସମ୍ବନ୍ଧିତ ଖବର