ନୂଆଦିଲ୍ଲୀ: କୋଭିଡ୍ ୧୯ ଭୂତାଣୁ ଉପରେ କଣ ରହିବ ବିସିଜି ଟୀକାର ପ୍ରଭାବ । ଏହାର ପ୍ରଭାବ ନେଇ ଅଧିକ ଗବେଷଣା ଆରମ୍ଭ କରିଛି ଭାରତ । ଏହି ପରୀକ୍ଷାରେ ୬୦ ବର୍ଷରୁ ଅଧିକ ବୟସର ପ୍ରାୟ ଏକ ହଜାର ସୁସ୍ଥ ସ୍ୱେଚ୍ଛାସେବୀଙ୍କ ଠାରେ ବିସିଜି ଟୀକାର ପ୍ରୟୋଗ କରାଯିବ । କୋଭିଡ୍ ୧୯ ସଂକ୍ରମଣ ଅଧିକ ରହିଥିବା ୬ଟି ରାଜ୍ୟରୁ ଏହି ସ୍ୱେଚ୍ଛାସେବୀଙ୍କୁ ଚୟନ କରାଯିବ । ଆଇସିଏମଆର-ଏନଆଇଆରଟି ମିଳିତ ଭାବେ ଏନେଇ କାମ କରୁଛନ୍ତି । ବିସିଜି ଟୀକା କୋଭିଡ୍ ୧୯ ସଂକ୍ରମଣର ହାର କମ୍ କରାଇପାରେ ବୋଲି ଆଶା କରି ଏହି ଗବେଷଣା ଆରମ୍ଭ କରିଛି ଭାରତ ।
Hindustan Timesଦେଶରେ ଶିଶୁମାନଙ୍କୁ ଟିବି ରୋଗରୁ ମୁକ୍ତ କରିବାକୁ ବିସିଜି ଟୀକା ପ୍ରୟୋଗ କରାଯାଇଥାଏ। ବହୁଳ ପରିମାଣରେ ଏହାର ବ୍ୟବହାର କରାଗଲେ ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ହାର କମ୍ ହେବା ନେଇ ବୈଜ୍ଞାନିକଙ୍କ ରିପୋର୍ଟ ଆସିବା ପରେ ଏବେ ଦେଶରେ ଏନେଇ ପରୀକ୍ଷା ଆରମ୍ଭ କରିଛି ଆଇସିଏମଆର । ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଦିଲ୍ଲୀରେ ଏହାର ପ୍ରାଥମିକ ପରୀକ୍ଷା କରାଯାଉଛି । ଗ୍ରେଟର ଚେନ୍ନାଇ କର୍ପୋରେସନ ଏବଂ ତାମିଲନାଡୁ ସ୍ୱାସ୍ଥ୍ୟ ବିଭାଗର ମିଳିତ ସହ ଯୋଗରେ ଏହାକୁ ଅନୁଧ୍ୟାନ କରାଯିବ । ବିଶେଷ ଭାବରେ ସାରସ୍ କୋଭି ୨ ଉପରେ ଏହାର ପ୍ରଭାବ କଣ , ବୟସ୍କଙ୍କ ଉପରେ ଏହା କେତେଦୂର କାମ କରୁଛି ସେ ନେଇ ଅନୁଧ୍ୟାନ କରାଯିବ । ଏହି ଟୀକା ପ୍ରୟୋଗ ପରେ ସମସ୍ତ ବ୍ୟକ୍ତିଙ୍କୁ ଅତି କମରେ ୬ ମାସ ଯାଏଁ ଅନୁଧ୍ୟାନରେ ରଖାଯିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/t-158.jpg)