ଆଣ୍ଡାମାନରେ  ଭାରତୀୟ ନୌସେନାର  ଯୁଦ୍ଧାଭ୍ୟାସ ଆରମ୍ଭ

ନୂଆଦିଲ୍ଲୀ : ଚୀନକୁ ଘେରିବା ପାଇଁ ଏକ ବଡ଼ ଧରଣର ପ୍ରସ୍ତୁତି ଆରମ୍ଭ କରିଦେଇଛି  ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନକୁ ନେଇ ଗଠିତ ମହାମେଣ୍ଟ କ୍ବାଡ୍ ।

ଗୋଟିଓ ପଟେ ଆମେରିକାର ଦୁଇ ବିମାନବାହୀ ଯୁଦ୍ଧପୋତ ୟୁଏସଏସ ନିମିଜ ଓ ୟୁଏସଏସ ରୋନାଲ୍ଡ ରେଗାନ ଦକ୍ଷିଣ ଚୀନ ସାଗରରେ ଯୁଦ୍ଧାଭ୍ୟାସ ଚଳାଇଥିବାବେଳେ ଅନ୍ୟପଟେ ଭାରତୀୟ ନୌସେନା ଆଣ୍ଡାମାନ ଓ ନିକୋବର ନିକଟରେ ଭାରତ ମହାସାଗରରେ ନିଜର ଯୁଦ୍ଧାଭ୍ୟାସ ଆରମ୍ଭ କରିଛି । ଏହି   ଯୁଦ୍ଧାଭ୍ୟାସରେ ନୌସେନାର ଯୁଦ୍ଧ ଜାହାଜ, ଡେଷ୍ଟ୍ରୟର, ଫିଗେଟ,ବୁଡ଼ାଜାହାଜ, ଯୁଦ୍ଧବିମାନ, ହେଲିକାପ୍ଟର ଆଦି ଭାଗନେଇଛନ୍ତି ।

ଏହି  ଯୁଦ୍ଧାଭ୍ୟାସର ନେତୃତ୍ୱ ନେଉଛନ୍ତି ଭାରତୀୟ ନୌସେନାର ଇଷ୍ଟର୍ଣ୍ଣ ଫ୍ଲିଟ କମାଣ୍ଡର ରିଅର ଆଡମିରାଲ ସଂଜୟ ବାତ୍ସାୟନ । ମାଲାକ୍କା ପ୍ରଣାଳୀ ନିକଟରେ ମୁତୟନ ହୋଇଥିବା କେତେକ ଯୁଦ୍ଧଜାହାଜ ମଧ୍ୟ ଏଥିରେ ଭାଗ ନେଇଛନ୍ତି । ନୌସେନା ଏହାକୁ ଏକ ନିୟମିତ  ଯୁଦ୍ଧାଭ୍ୟାସ କହୁଥିବାବେଳେ ଚୀନକୁ କଡ଼ା ସଂଦେଶ ଦେବା ଏହାର ଅଭିପ୍ରାୟ ବୋଲି କୁହାଯାଉଛି । କାରଣ ଚୀନ ସହିତ ଯୁଦ୍ଧ ହେଲେ  ଏହି ଅଞ୍ଚଳର ଗୁରୁତ୍ବ ବଢିଯିବ ।  ଆଣ୍ଡାମାନ ଓ ନିକୋବରର ସବୁଠାରୁ ଦକ୍ଷିଣରେ ଥିବା ଗ୍ରେଟ ନିକୋଟର ଦ୍ବୀପ ନିକଟରେ ଥିବା ମଲାକ୍କା ପ୍ରଣାଳୀ ଦେଇ ଚୀନର ୭୦ ପ୍ରତିଶତ ଜାହାଜ ଚଳାଚଳ କରିଥାଏ । ଏହି ଅଞ୍ଚଳକୁ ନିୟନ୍ତ୍ରଣକୁ ଆଣି ଭାରତ ଯଦି ଚୀନର ତୈଳ ଓ ମାଲବାହୀ ଜାହାଜଗୁଡ଼ିକୁ ଅଟକାଇଦେବ ତେବେ ଚୀନ ପାଇଁ ତାହା ଭୀଷଣ ଅସୁବିଧା ସ୍‌ଷ୍ଟି କରିବ ।

ସମ୍ବନ୍ଧିତ ଖବର