ଆମେରିକା ଚାପ ଆଗରେ ନଇଁ ଭାରତ ଆମଠାରୁ ତେଲ କିଣିବା ବନ୍ଦ କରିଦେଇଛି : ଇରାନ

ନୂଆଦିଲ୍ଲୀ : ଇରାନଠାରୁ ତେଲ ନ କିଣିବାକୁ ଭାରତ ଉପରେ ଆମେରିକା ଚାପ ପକାଉଛି ବୋଲି ଇରାନର ବୈଦେଶିକ ମନ୍ତ୍ରୀ ଜାଭେଦ ଜରିଫ କହିଛନ୍ତି । ଆମେରିକା ଚାପରେ ପଡି ହିଁ ଭାରତର ଗତ ମେ ମାସଠାରୁ ଇରାନଠାରୁ ତେଲ ଆମଦାନୀ ହ୍ରାସ କରିଦେଇଛି । କିନ୍ତୁ ଭାରତ ପରି ଏକ ବଡ଼ ଦେଶ ଆମେରିକାର ଏହି ଚାପ ଆଗରେ ଦବିଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ତେହେରାନଠାରେ ଅନୁଷ୍ଠିତ ଭାରତୀୟ ମହିଳା ସାମ୍ବାଦିକ ସଂଘର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ ଆମେରିକା ସ୍କୁଲକ ଏକ ଦୁଷ୍ଟ ବାଳକ ପରି ବ୍ୟବହାର କରୁଛି । କିନ୍ତୁ ବିଶ୍ୱର ଅନ୍ୟ ବଡ଼ ଦେଶମାନେ ଯଦି ଭାବୁଛନ୍ତି ଯେ ଟ୍ରମ୍ପଙ୍କ କଥାମାନି ସେମାନେ ଠିକ କରୁଛନ୍ତି, ସେମାନେ ମନେରଖିବା ଉଚିତ ଯେ ଯେତିକି ଚାପ ଆଗରେ ଦବିବେ ସେତିକି ଆମେରିକା ସେମାନଙ୍କ ଉପରେ ଚାପ ପ୍ରୟୋଗ କରିବ ।
ପୂର୍ବରୁ ଭାରତ ନିଜ ତୈଳ ଆବଶ୍ୟକତାର ଏକ ବଡ଼ ଭାଗ ଇରାନରୁ ଆମଦାନୀ କରୁଥିଲା । କାରଣ ଇରାନ ଭାରତକୁ ରିହାତି ଦରରେ ତେଲ ଯୋଗାଇଥାଏ । ତିନିବର୍ଷ ପୂର୍ବେ ଇରାନ ଉପରେ ଆମେରିକା ଲଗାଇଥିବା କଟକଣା ଉଠାଇବା ପର୍ଯ୍ୟନ୍ତ ଭାରତ ଟଙ୍କା ଓ ୟୁରୋ ବିନିମୟରେ ଇରାନରୁ ତେଲ କିଣୁଥିଲା । କିନ୍ତୁ ଆମେରିକାର କଟକଣା ଲାଗିବା ପରେ ଭାରତ ମହଙ୍ଗା ଦରରେ ଅନ୍ୟ ଦେଶମାନଙ୍କଠାରୁ ତେଲ କିଣୁଛି ।

ସମ୍ବନ୍ଧିତ ଖବର