ନୂଆଦିଲ୍ଲୀ : ଭାରତ ହେଉଛି ହିନ୍ଦୁମାନଙ୍କର ଦେଶ । ସନାତନ ଧର୍ମକୁ ବଞ୍ଚେଇ ରଖିବା ଆମର କର୍ତ୍ତବ୍ୟ ବୋଲି କହିଛନ୍ତି ବିବାଦୀୟ ବିଜେପି ନେତା ସାଧ୍ବୀ ପ୍ରଜ୍ଞା ।

Advertisment

ପ୍ରଫେଟ ବିବାଦକୁ ନେଇ ସାରା ଦେଶରେ ଚାଲିଥିବା ବିକ୍ଷୋଭ ପ୍ରସଙ୍ଗରେ ସେ କହିଛନ୍ତି ଯେ ଏହି ‘ବିଧର୍ମୀ’ମାନେ ସବୁବେଳେ ଏପରି କରିଆସିଛନ୍ତି । ସେମାନଙ୍କର ଏକ ସାଂପ୍ରଦାୟିକ ଇତିହାସ ରହିଛି । କମଲେଶ ତିଓ୍ବାରୀ କଣ କହିଦେଲେ ତାଙ୍କର ହତ୍ୟା ହୋଇଗଲା, ଆଉ ଜଣେ (ନୂପୁର ଶର୍ମାକୁ ଲକ୍ଷ୍ୟ କରି) ଆଉ କଣ କହିଦେଲା, ତାକୁ ହତ୍ୟା ଧମକ ମିଳୁଛି । ଏହା ଏକ ନୂଆ କଥା ନୁହେଁ । ଭାରତରେ ସନାତନ ଧର୍ମ ବଞ୍ଚି ରହିବ, ଏହା ଆମ ସମସ୍ତଙ୍କର ଦାୟିତ୍ବ ଏହାକୁ ବଞ୍ଚାଇ ରଖିବା  ।

ଏହା ପୂର୍ବରୁ ଏକ ଟୁଇଟ କରି ସେ ଲେଖିଥିଲେ ଯେ ଯଦି ସତ କହିବା ବିଦ୍ରୋହ, ତେବେ ସେ ବି ଜଣେ ବିଦ୍ରୋହୀ ।

ସୂଚନାଯୋଗ୍ୟ ଯେ ଏକ ଟେଲିଭିଜନ ବିତର୍କ ବେଳେ ବିଜେପିର ପୂର୍ବତନ ମୁଖପାତ୍ର ଇସଲାମ ବିରୋଧୀ ମନ୍ତବ୍ୟ ଦେବାପରେ ତାହାକୁ ନେଇ ଏକ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି । ବିଭିନ୍ନ ଇସଲାମିକ ଦେଶଙ୍କ ବିରୋଧ ପରେ ଗତ ରବିବାରଦିନ ବିଜେପି ପକ୍ଷରୁ ଦୁଇ ମୁଖପାତ୍ର ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ନୂପୁରଙ୍କୁ ନିଲମ୍ବିତ କରାଯିବା ସହ ନବୀନଙ୍କୁ ବହିଷ୍କାର କରାଯାଇଥିଲା । ଏହା ସତ୍ତ୍ବେ ଆଦି ସାରା ଦେଶରେ ଏହାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।