କାଶ୍ମୀର ନିଷ୍ପତ୍ତି ସଂପର୍କରେ ଜାତିସଂଘ ନିରାପତ୍ତା ପରିଷଦର ସଦସ୍ୟମାନଙ୍କୁ ଅବଗତ କରାଇଲା ଭାରତ

ନୂଆଦିଲ୍ଲୀ : କାଶ୍ମୀର ସଂପର୍କରେ ଆଜି ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ଭାରତ ସରକାର ଜାତିସଂଘ ନିରାପତ୍ତାର ସଦସ୍ୟମାନଙ୍କୁ ଅବଗତ କରିଛି । ନିରାପତ୍ତା ପରିଷଦରେ ଏବେ ୫ଟି ସ୍ଥାୟୀ ସଦସ୍ୟ ଆମେରିକା,ଚୀନ,ଋଷିଆ,ଫ୍ରାନ୍ସ ଓ ବ୍ରିଟେନ ଓ ୧୦ଟି ଅସ୍ଥାୟୀ ସଦସ୍ୟ ଅଛନ୍ତି । ଏହି ଦେଶମାନଙ୍କୁ ଭାରତ ଜଣାଇଛି ଯେ ଆଜି ନିଆଯାଇଥିବା ନିଷ୍ପତ୍ତି ଭାରତର ଏକ ଆଭ୍ୟନ୍ତରୀଣ ଓ ସାମ୍ବିଧାନିକ ନିଷ୍ପତ୍ତି । ଏହି ପ୍ରସଙ୍ଗରେ ଅନ୍ୟ କୌଣସି ଦେଶର ହସ୍ତକ୍ଷେପ ଗ୍ରହଣ କରାଯିବ ନାହିଁ ।

ଭାରତ ସରକାର ଆଜି ଜାମ୍ମୁ ଓ କାଶ୍ମୀରରେ ଧାରା ୩୭୦ ହଟାଇବା ସହ ରାଜ୍ୟକୁ ଦୁଇଭାଗ କରିଦେଇଥିଲେ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଜାମ୍ମୁ ଓ କାଶ୍ମୀରର ବିଧାନସଭା ରହିବ । ପୂର୍ବରୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀ ଓ ପୁଡୁଚେରୀରେ ବିଧାନସଭା ରହୁଥିଲା ଓ ଏହାର ମୁଖ୍ୟମନ୍ତ୍ରୀ ରହୁଥିଲେ । ଏବେ ଜାମ୍ମୁ ଓ କାଶ୍ମୀର ସେହି ମାନ୍ୟତା ପାଇଛି । ଅନ୍ୟପକ୍ଷରେ ଚଣ୍ଡୀଗଡ଼ ପରି ଲଦାଖରେ ବିଧାନସଭା ରହିବ ନାହିଁ ।

ସମ୍ବନ୍ଧିତ ଖବର