ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ ଯୁଦ୍ଧ କାରଣରୁ ଆମେରିକା ସମେତ ଅନେକ ୟୁରୋପୀୟ ଦେଶ ମସ୍କୋ ଉପରେ ଅନେକ ପ୍ରତିବନ୍ଧକ ଲଗାଇଥିଲେ। ଏହି କାରଣରୁ ସମଗ୍ର ବିଶ୍ୱ ରୁଷିଆଠାରୁ ଅଶୋଧିତ ତୈଳ ଓ ଗ୍ୟାସ କିଣିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲା । କିନ୍ତୁ ଏସବୁ ସତ୍ତ୍ୱେ ଭାରତ ସହଜରେ ରୁଷିଆଠାରୁ ଅଶୋଧିତ ତୈଳ କିଣିବା ଜାରି ରଖିଥିଲା। ଏହାକୁ ନେଇ ସମଗ୍ର ବିଶ୍ୱରେ ଆଶ୍ଚର୍ଯ୍ୟ ସୃଷ୍ଟି ହୋଇଥିଲା। କିନ୍ତୁ ଏବେ ଆମେରିକା ପ୍ରକାଶ କରିଛି ଯେ ଏହି ଚୁକ୍ତିକୁ ଭାରତର ପୂର୍ଣ୍ଣ ସମର୍ଥନ ଥିଲା। ଏହି କାରଣରୁ ଭାରତ ବିନା କୌଣସି ପ୍ରତିବନ୍ଧକରେ ରୁଷିଆଠାରୁ ସହଜରେ ଅଶୋଧିତ ତୈଳ କିଣୁଥିଲା ।

Advertisment

ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟି କହିଛନ୍ତି ଯେ ଆମେ ଚାହୁଁଥିଲୁ ଯେ କୌଣସି ଦେଶ ରୁଷୀୟ ତୈଳ କିଣୁ ଯାହାଦ୍ୱାରା ଅଶୋଧିତ ତୈଳ ଦର ବୃଦ୍ଧି ପାଇବ ନାହିଁ । କାରଣ ଭାରତ ଆମର ସହଯୋଗୀ। ଦୁଇ ଦେଶ ମଧ୍ୟରେ ସମ୍ପର୍କ ବହୁତ ମଜଭୁତ ରହିଛି । ତେଣୁ ଆମେ ଭାରତକୁ ଚୁକ୍ତି ଜାରି ରଖିବାକୁ ଅନୁମତି ଦେଇଥିଲୁ। ଏହା ଦୁଇ ଦେଶର ମିଳିତ ବିଜୟ। ଏରିକ୍ ଗାର୍ସେଟି କହିଛନ୍ତି ଯେ ଋଷ ଓ ଚୀନର ପ୍ରଭାବ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ପରିପ୍ରେକ୍ଷୀରେ ଭାରତର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।